ଫୁଲବାଣୀ: କନ୍ଧମାଳଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଙ୍ଗେରି ଜଙ୍ଗଲରେ ଗତକାଲି କନ୍ଧମାଳ ପୁଲିସ, ସିଆର୍‌ପିଏଫ୍‌ ଓ ବିଏସ୍‌ଏଫ୍‌ ଯବାନମାନେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଇଲାକାରେ ସର୍ଚ ଅପରେସନ୍‌ ଚଳାଇଥିବା ବେଳେ ଏକ ମାଓ କ୍ୟାମ୍ପ୍‌ ଠାବ କରିଥିଲେ। ଅପରେସନ୍‌ର ଖବର ପାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଏହି ମାଓ ଶିବିରକୁ ଧ୍ବଂସ କରିବା ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛି। ଏସ୍‌ପି ହରିଶ ବିସିଙ୍କ ସୂଚନା ଅନୁସାରେ, ୧୩ଟି ବନ୍ଧୁକ, ୱାକିଟକି, ସୋଲାର୍‌ ପ୍ୟାନେଲ୍‌, ବିଦ୍ୟୁତ୍‌ ତାର, ଔଷଧ, ମାଓପତ୍ରିକା, ହାଭରସାକ, ଇନ୍‌ସାସ୍‌ ରାଇଫଲ୍‌, ୩୦୩ ବୋଲ୍‌ଟ ଆକ୍ସନ ରାଇଫଲ୍‌, ମାଗାଜିନ, ଟର୍ଚ୍ଚ ଏବଂ ଖାଦ୍ୟ ସାମଗ୍ରୀ ଉକ୍ତ ମାଓ ଶିବିରରୁ ଜବତ ହୋଇଛି। ଏହି ଅପ‌ରେସନ୍‌ ସମୟରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜି ନଥିଲା। ଏଣୁ କେହି ମୃତାହତ ହୋଇ ନଥିବା କଥା ଏସ୍‌ପି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏ ଅଞ୍ଚଳରେ ସର୍ଚ ଅପରେସନ୍‌ ଜାରି ରହିଛି।

Advertisment

  Sand Smuggling: ମାଲେମାଲ ମାଫିଆ ବେପାରୀ, ସରକାର ଭକୁଆ

୧୩ଟି ବନ୍ଧୁକ, ୱାକିଟକି ଓ ସୋଲାର୍‌ ପ୍ୟାନେଲ୍‌ ସହ ବିପୁଳ ସାମଗ୍ରୀ ଜବତ
ପୁଲିସ ସ୍କାନର୍‌ରେ ମାଓ ନେତ୍ରୀ ମମତା, ଇନ୍ଦୁ ଓ ନିଖିଲ

ସୂଚନାଯୋଗ୍ୟ, କେକେବିଏନ୍‌ ଡିଭିଜନର ଟପ୍‌ ମାଓନେତା ଦସୁରୁର ନିଧନ ପରେ ତା’ର ପତ୍ନୀ ମମତା ଏବେ କେକେବିଏନ୍‌ ମାଓ ଡିଭିଜନର ନେତୃତ୍ବ ନେଉଥିବା ବେଳେ ମାଓ ନେତା ନିଖିଲ ଏବଂ ତା’ର ପତ୍ନୀ ଇନ୍ଦୁ ବିଜିଏନ୍‌ ମାଓ ଡିଭିଜନ୍‌ର ନେତୃତ୍ବ ନେଉଛନ୍ତି। ଏଣୁ ଟପ୍‌ ମାଓନେତ୍ରୀ ମମତା, ଇନ୍ଦୁ ଏବଂ ନିଖିଲ ଏବେ ପୁଲିସର ସ୍କାନର୍‌ରେ ଅଛନ୍ତି। ଏହି ୩ ଜଣ ଟପ୍‌ ମାଓ ନେତାଙ୍କୁ ଧରିବା ପୁଲିସ ପାଇଁ ସବୁଠୁ ବଡ଼ ଆହ୍ବାନ ପାଲଟିଛି। ଗତ ଡିସେମ୍ବର ୨୪ ଓ ୨୫ ତାରିଖରେ ବେଲଘର ଥାନା ଗୁମ୍ମା ସଂରକ୍ଷିତ ଜଙ୍ଗଲ ଏବଂ ଚକାପାଦ ଥାନା କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ରାଣିକିଆରି ଓ ଭାଲିଙ୍ଗିଆ ଜଙ୍ଗଲରେ ଆଣ୍ଟି ନକ୍ସଲ ଅପରେସନ୍‌ରେ ମୋଟ ୬ ଜଣ ମାଓବାଦୀ ନିହତ ହୋଇଥିଲେ।

Horticulture: ଉଜୁଡ଼ିଗଲାଣି ୧୩ କୋଟିର ବୃହତ୍ ପିଜୁଳି ଫାର୍ମ

ନିହତ ମାଓବାଦୀଙ୍କ ମଧ୍ୟରେ କେକେବିଏନ୍‌ ମାଓ ଡିଭିଜନର କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ରହିଥିଲେ। ଅନ୍ୟପଟେ, ଛତିଶଗଡ଼ରେ ଆଣ୍ଟି ନକ୍ସଲ ଅପରେସନ୍‌କୁ ଜୋର୍‌ଦାର କରାଯାଉଥିବାରୁ ମାଓବାଦୀମାନେ କନ୍ଧମାଳ ଜଙ୍ଗଲକୁ ଚାଲି ଆସୁଛନ୍ତି। ବର୍ତ୍ତମାନ କେକେବିଏନ୍‌ (କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ଏବଂ ବିଜିଏନ୍‌ (ବଂଶଧାରା-ଘୁମୁସର-ନାଗାବଳୀ) ଦୁଇଟି ମାଓ ଡିଭିଜନ୍‌ ଏଠାରେ ସକ୍ରିୟ ରହିଛି।