ଭୁବନେଶ୍ୱର: ଏସ୍ଓଜି ଓ ଡିଭିଏଫ୍ ଯବାନଙ୍କୁ ସମ୍ମୁଖୀନ ହୋଇପାରି ନାହାନ୍ତି ମାଓବାଦୀ। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ବୀରେନି ଜଙ୍ଗଲରେ ଏସ୍ଓଜି ଓ ଡିଭିଏଫ୍ ଯବାନ କମ୍ବିଂ ଅପରେସନ୍ ବେଳେ ମାଓବାଦୀମାନେ ଗୁଳିର ସମ୍ମୁଖୀନ ହୋଇ ନପାରି ଛତ୍ରଭଙ୍ଗ ଦେଇଛନ୍ତି। ଯବାନ୍ମାନେ ଘଟଣାସ୍ଥଳରୁ ୨ଟି ଦେଶୀ ବନ୍ଧୁକ ଓ ଗୋଟିଏ ରେଡିଓ ସମେତ ଔଷଧ ଓ ଖାଦ୍ୟ ଜବତ କରିଛନ୍ତି।
କନ୍ଧମାଳ ଏସ୍ପି ବିନୀତ ଅଗ୍ରଓ୍ଵାଲଙ୍କ ସୂଚନା ଅନୁସାରେ ବୀରେନି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରି ଚଳପ୍ରଚଳ କରୁଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଯବାନମାନେ କମ୍ବିଂ ଅପରେସନ୍ କରିଥିଲେ। ଅପରେସନ ସମୟରେ ମାଓବାଦୀମାନେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି କରିଥିଲେ। ଫଳରେ ସୁରକ୍ଷାବାହିନୀ ଏହାର ପାଲଟା ଜବାବ ଦେଇଥିଲେ।
ପୁଲିସ ଗୁଳିରେ ୮ରୁ ୧୦ ଜଣ ମାଓବାଦୀ ଖସି ଯାଇଥିବା ବେଳେ କନ୍ଧମାଳ ପୁଲିସ ଜଣେ ମିଲିସିଆଙ୍କୁ ଅଟକ ରଖି ପଚରାଉଚରା କରୁଛି। ଯେଉଁ ମାଓବାଦୀମାନେ ଖସିଯାଇଛନ୍ତି, ସେମାନେ କେକେବିଏସ୍ ଡିଭିଜନ୍ର ସଦସ୍ୟ ଥିଲେ ବୋଲି ଏସ୍ପି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Mkg-Naxal-press-note-1-1.jpg)