ଢେଙ୍କାନାଳ: ସି-ସୋର କମ୍ପାନି ମାଲିକ ପ୍ରଶାନ୍ତ ଦାଶଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ପୁଲିସ ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରିବ। ଗତକାଲି ତାଙ୍କର ଆଗୁଆ ଜାମିନ ଆବେଦନ କରାଯାଇଥିବା ବେଳେ ଆଜି ଦିନକୁ ଶୁଣାଣି ତାରିଖ ରଖାଯାଇଥିଲା। ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ଭିଜିଲାନ୍ସ ଜଜ୍ କ୍ଷୀରୋଦ କୁମାର ଦାଶଙ୍କ କୋର୍ଟରେ ଆଜି ଶ୍ରୀ ଦାଶଙ୍କ ଓକିଲ ରଜିତ ରାୟ ହାଜର ହୋଇ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଙ୍କର ପୂର୍ବରୁ ଥିବା ବେଲ ଅର୍ଡର ଏବଂ ଅନ୍ୟାନ୍ୟ କାଗଜପତ୍ରର ନକଲ କୋର୍ଟରେ ଦାଖଲ କରିଥିଲେ। ଏଥିସହ ଶ୍ରୀ ଦାଶଙ୍କୁ ଜାମିନ ଦେବାପାଇଁ ଯୁକ୍ତି ବାଢିଥିଲେ। ସରକାରୀ ଓକିଲ ଗଣେଶ୍ୱର ବେହେରା ଏହାକୁ ବିରୋଧ କରିବା ସହ ପ୍ରତିପକ୍ଷ ଓକିଲ ଦାଖଲ କରିଥିବା କାଗଜପତ୍ରଗୁଡିକୁ ଯାଞ୍ଚ କରିବା ପାଇଁ ଆଉ ୭ ଦିନ ସମୟ ମାଗିଥିଲେ। ଅଦାଲତ ଏହାକୁ ଗ୍ରହଣ କରି ଶ୍ରୀ ଦାଶଙ୍କ ଜାମିନ ଆବେଦନ ଶୁଣାଣି ପାଇଁ ଆସନ୍ତା ୧୮ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।
ସି-ସୋର ମାଲିକ ପ୍ରଶାନ୍ତଙ୍କ ରିମାଣ୍ଡ ଅବଧି ଶେଷ : ଜାମିନ୍ ଆବେଦନ ଖାରଜ
/sambad/media/post_attachments/wp-content/uploads/2018/01/bail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)