ସିସୋର୍‌ ଠକେଇ : ପ୍ରଶାନ୍ତଙ୍କ ସମେତ ୬ଜଣଙ୍କ ନାଁରେ ଗିରଫ ପରଓ୍ଵାନା

ରାଉରକେଲା : ସିସୋର୍‌ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏହାର ମୁଖ୍ୟ ପ୍ରଶାନ୍ତ କୁମାର ଦାଶଙ୍କ ସମେତ ୬ ଜଣଙ୍କ ନାଁରେ ଏନ୍‌ବିଡବ୍ଲୁ ବା ଜାମିନ ବିହୀନ ଗିରଫ ପରଓ୍ଵାନା ଜାରି କରିଛନ୍ତି।

ଗତ ଜୁନ୍‌ ୨୫ ତାରିଖରେ ରାଉରକେଲା ଏସ୍‌ଡିଜେଏମ୍‌ ଏହି ମାମଲାର ଶୁଣାଣି କରି ଏନ୍‌ବିଡବ୍ଲ୍ୟୁ ଜାରି କରିଥିଲେ। ଆଜି ସେମାନଙ୍କ ନିକଟକୁ ନୋଟିସ୍‌ ପଠାଯାଇଛି। ଅନ୍ୟ ଯେଉଁମାନଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି କରାଯାଇଛି, ସେମାନେ ହେଲେ ସିସୋର୍‌ର ରାଉରକେଲା ଶାଖାର ସେଲ୍‌ସ ମ୍ୟାନେଜର ମାନସ ରଞ୍ଜନ ଧଳ, ତାଙ୍କ ପତ୍ନୀ ଗାୟତ୍ରୀ ସାହୁ, ଆସିଷ୍ଟାଣ୍ଟ ସେଲ୍‌ସ ମ୍ୟାନେଜର ପ୍ରିୟବ୍ରତ ଧଳ, ନଳିନୀ କାନ୍ତ ଗୋଚ୍ଛାୟତ ଓ ବଳରାମ ସାମଲ।

ସମ୍ବନ୍ଧିତ ଖବର