ସିସୋର ଚିଟ୍‌ଫଣ୍ଡ୍‌ ଠକେଇ : ପ୍ରଭାତ ବିଶ୍ୱାଳଙ୍କ ଜାମିନ ପୁଣି ଖାରଜ

ଭୁବନେଶ୍ୱର : ବହୁଚର୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ଗିରଫ କରିଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଆଜି ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଖାରଜ ହୋଇ ଯାଇଛି। ଏହାକୁ ମିଶାଇ ସ୍ୱତନ୍ତ୍ର କୋର୍ଟ ବିଧାୟକ ବିଶ୍ୱାଳଙ୍କ ଜାମିନ ଆବେଦନ ୪ ଥର ଖାରଜ କରି ସାରିଲେଣି।

ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗତବର୍ଷ ସେପ୍ଟେମ୍ବର ମାସ ୧୯ ତାରିଖରେ ଗିରଫ କରିଥିଲା। ସିସୋର କମ୍ପାନି ଓ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଯାଜପୁର ଜିଲ୍ଲା ବେଣୀପୁର ମୌଜାରେ ଥିବା ୨୮ ଗୁଣ୍ଠ ଜମି କିଣାବିକା ଘଟଣାରେ ହୋଇଥିବା ଟଙ୍କା କାରବାରକୁ ନେଇ ଶ୍ରୀ ବିଶ୍ୱାଳଙ୍କୁ ଗିରଫ କରାଯାଇଥିଲା। ସିବିଆଇ ପ୍ରଥମେ ୨୦୧୪ ମସିହା ନଭେମ୍ବର ୨୧ ତାରିଖରେ ବିଧାୟକ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କୁ ପଚରାଉଚରା କରିଥିଲା। ଏହା ମଧ୍ୟରେ ସିବିଆଇ ଶ୍ରୀ ବିଶ୍ୱାଳ, ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ, ସମ୍ପର୍କୀୟ ଅନିମେଷ ବିଶ୍ୱାଳ ଓ କେତେକ ଠିକାଦାରଙ୍କୁ ବିଭିନ୍ନ ସମୟରେ ସମନ୍‌ କରି ପଚରାଉଚରା କରିଥିଲା।

ସମ୍ବନ୍ଧିତ ଖବର