ସାତ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍‌ର ପୁନଃ ପ୍ରଚଳନ

ଭୁବନେଶ୍ବର : ପ୍ରତିଦିନ ଟ୍ରେନରେ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସାତ ଯୋଡ଼ା ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମ୍‌ଏସଟି), ତ୍ରୈମାସିକ ସିଜିନ୍ ଟିକେଟ୍ (କ୍ୟୁଏସ୍‌ଟି) ପୁନଃ ପ୍ରଚଳନ କରାଯାଇଛି। ବିଶେଷ ଟ୍ରେନ ମଧ୍ୟରେ ପୁରୀ-କଟକ-ପୁରୀ ୦୮୪୩୧/୦୮୪୩୨, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ୦୮୪୧୨/୦୮୪୧୧, କଟକ-ପାରାଦୀପ-କଟକ ୦୮୪୬୧/୦୮୪୬୨, କଟକ-ଭଦ୍ରକ-କଟକ ୦୮୪୫୪/୦୮୪୫୩, ପୁରୀ-ଖୋର୍ଦ୍ଧା ରୋଡ-ପୁରୀ ୦୮୪୦୪/୦୮୪୦୩, ଭଦ୍ରକ-ଖଡ଼ଗପୁର-ଭଦ୍ରକ ୬୮୦୫୦/୬୮୦୪୯, ଭଦ୍ରକ-ହାଓଡ଼ା-ଭଦ୍ରକ ୦୮୦୦୪/୦୮୦୦୩ ଟ୍ରେନ୍ ପାଇଁ ଏହି ବ୍ୟବସ୍ଥା ରହିଛି।

ଏହାପୂର୍ବରୁ ପୂର୍ବତଟ ରେଳପଥ ୬ଯୋଡ଼ା ବିଶେଷ ଟ୍ରେନ, ପୁରୀ-ଅନୁଗୁଳ-ପୁରୀ ୦୮୪୨୮/୦୮୪୨୭, ଖୋର୍ଦ୍ଧା ରୋଡ-କେନ୍ଦୁଝରଗଡ଼-ଖୋର୍ଦ୍ଧା ରୋଡ ୦୮୪୫୬/୦୮୪୫୫, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ୦୮୫୨୨/୦୮୫୨୧, ବିଶାଖାପାଟଣା-ରାୟପୁର-ବିଶାଖାପାଟଣା ୦୮୫୨୮/୦୮୫୨୭, ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ୦୮୨୬୩/୦୮୨୬୪, ବିଶାଖାପାଟଣା-କାକିନଡ଼ା ବନ୍ଦର-ବିଶାଖାପାଟଣା ୦୭୨୬୬/୦୭୨୬୫ ବିଶେଷ ଟ୍ରେନରେ ଏମ୍‌ଏସ୍‌ଟି/କ୍ୟୁଏସ୍‌ଟି ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦିଆଯାଇଥିଲା। ଉପରୋକ୍ତ ୧୩ଟି ବିଶେଷ ଟ୍ରେନ ବ୍ୟତୀତ ଯାତ୍ରୀମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନ ମାନଙ୍କରେ ଏମ୍‌ଏସ୍‌ଟି ଓ କ୍ୟୁଏସ୍‌ଟି ସହିତ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ।

ସମ୍ବନ୍ଧିତ ଖବର