ସ୍ୱତନ୍ତ୍ର ଟ୍ରେନରେ ସିଜିନ ଟିକେଟ୍‌ର ପୁନଃ ପ୍ରଚଳନ

ଭୁବନେଶ୍ବର : ଦୈନିକ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନ୍‌ରେ ମାସିକ ସିଜିନ ଟିକେଟ୍(ଏମ୍‌ଏସ୍‌ଟି)/ତ୍ରୈମାସିକ ସିଜିନ ଟିକେଟ୍(କ୍ୟୁଏସ୍‌ଟି) ସହ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି।

ଏହି ଟ୍ରେନ୍‌ଗୁଡିକ ହେଉଛି ପୁରୀ-ଅନୁଗୁଳ-ପୁରୀ ଟ୍ରେନ(୦୮୪୨୮/୦୮୪୨୭), ଖୋର୍ଦ୍ଧାରୋଡ୍-କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ୍ ଟ୍ରେନ( ୦୮୪୫୬/୦୮୪୫୫), ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ଟ୍ରେନ(୦୮୫୨୨/୦୮୫୨୧), ବିଶାଖାପାଟଣା-ରାୟପୁର-ବିଶାଖାପାଟଣା ଟ୍ରେନ(୦୮୫୨୮/୦୮୫୨୭), ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ଟ୍ରେନ୍‌(୦୮୨୬୩/୦୮୨୬୪), ବିଶାଖାପାଟଣା-କାକିନଡ଼ା ବନ୍ଦର-ବିଶାଖାପାଟଣା ଟ୍ରେନ(୦୭୨୬୬/୦୭୨୬୫)। ଉକ୍ତ ଟ୍ରେନଗୁଡ଼ିକ ବ୍ୟତୀତ ଯାତ୍ରୀମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନଗୁଡ଼ିକରେ ଏମ୍‌ଏସ୍‌ଟି/କ୍ୟୁଏସ୍‌ଟି ସହ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର