ଭୁବନେଶ୍ୱର: ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବତଟ ରେଳପଥ କେତେକ ସ୍ୱତନ୍ତ୍ର ଟ୍ରେନ୍ରେ ମାସିକ ସିଜିନ ଟିକେଟ୍ (ଏମଏସଟି)/ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି। ଏହି ଟ୍ରେନ୍ ଗୁଡିକ ହେଉଛି ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ସ୍ୱତନ୍ତ୍ର ଟ୍ରେନ, ୦୮୪୫୬/୦୮୪୫୫ ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ସ୍ୱତନ୍ତ୍ର ଟ୍ରେନ, ୦୮୫୨୨/୦୮୫୨୧ ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍, ୦୮୫୨୮/୦୮୫୨୭ ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ, ୦୮୨୬୩/୦୮୨୬୪ ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ସ୍ୱତନ୍ତ୍ର ଟ୍ରେନ ଓ ୦୭୨୬୬/୦୭୨୬୫ ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍।
ଉପରୋକ୍ତ ଟ୍ରେନ୍ ଗୁଡିକ ବ୍ୟତୀତ ଯାତ୍ରୀ ମାନେ ଚଳାଚଳ କରୁଥିବା ଅନ୍ୟ ସ୍ୱତନ୍ତ୍ର ଟ୍ରେନ ମାନଙ୍କରେ ସିଜିନ ଟିକେଟ୍ (ଏମଏସଟି)/ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ।