ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦେଶ: ଏସ୍‌ଟି, ଏସ୍‌ସି ବିଭାଗରେ ଫାଙ୍କା ସବୁ ପଦବି ପୂରଣ କର

ଭୁବନେଶ୍ୱର : ଅନୁସୂଚିତ ଜନଜାତି, ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗରେ ଖାଲି ପଡ଼ିଥିବା ଶିକ୍ଷକ, କର୍ମଚାରୀ, ଶିକ୍ଷା ସହାୟକ, ସହକାରୀ ଶିକ୍ଷକ, ଟିଜିଟି ଓ ଅନ୍ୟାନ୍ୟ ପଦବି, ସିସିଏ, ମାଟ୍ରନ୍‌ ଓ ଏଏନ୍‌ଏମ୍‌ ପଦବିଗୁଡ଼ିକୁ ପୂରଣ କରିବାକୁ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ନିର୍ଦେଶ ଦେଇଛନ୍ତି।

ଆଜି ଗୋପବନ୍ଧୁ ଏକାଡେମିରେ ଅନୁଷ୍ଠିତ ବିଭାଗୀୟ ପ୍ରକଳ୍ପ ପ୍ରଶାସକ, ଜିଲ୍ଲା କଲ୍ୟାଣ ଅଧିକାରୀ, ସ୍ୱତନ୍ତ୍ର ଅଧିକାରୀମାନଙ୍କର ଦିନିକିଆ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ମନ୍ତ୍ରୀ ଶ୍ରୀ ମାଝୀ ଏଭଳି ନିର୍ଦେଶ ଦେଇଥିଲେ। ଅନୁସୂଚିତ ଜନଜାତି, ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ‘ଅନେ୍ଵଷା’ ଯୋଜନାରେ ସହରାଞ୍ଚଳ ହଷ୍ଟେଲ୍‌ଗୁଡ଼ିକରେ ସବୁ ସୁବିଧା ଓ ଆବଶ୍ୟକୀୟ ଉପକରଣ ଯୋଗାଇଦେବା ପାଇଁ ସେ ନିର୍ଦେଶ ଦେଇଥିଲେ। ଚଳିତ ଆର୍ଥିକ ବର୍ଷରେ ବିଭାଗୀୟ ବିଦ୍ୟାଳୟଗୁଡ଼ିକର ରକ୍ଷଣାବେକ୍ଷଣ ପାଣ୍ଠି ବାବଦରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରତ୍ୟେକ ହାଇସ୍କୁଲ, ଆଶ୍ରମ ସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୨୫ ହଜାର ଓ ସେବାଶ୍ରମକୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର