ଜୟପୁର: ‌କୋରାପୁଟ ଜିଲ୍ଲା  ହରଡ଼ାପୁଟ ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସୀ ତପସ୍ୱନୀ ଗାଧବାଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ମୋଡ଼ ନେଉଛି । ଛାତ୍ରୀଙ୍କ ମୃତ୍ୟୁ ପରେ ଏହି ମାମଲାରେ ସେବାଶ୍ରମ କର୍ତ୍ତୃପକ୍ଷଙ୍କ ସହ ଚିକିତ୍ସା କରିଥିବା ଡାକ୍ତରଙ୍କ ଅବହେଳାକୁ ନେଇ ପରିବାରବର୍ଗ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ। ବୋରିଗୁମ୍ମା ପୁଲିସ ଏ ନେଇ ମାମଲା ରୁଜୁ କରିଥିଲା । ଏହାରି ମଧ୍ୟରେ ଏସଡିସି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ଥାନା ଅଧିକାରୀ ଓ ଜିଲ୍ଲାମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି ପ୍ରମୁଖ ପୃଥକ ପୃଥକ ଭାବେ ତଦନ୍ତ କରିଥିଲେ। ଏବେ ମୃତ ତପସ୍ୱିନୀଙ୍କ ସାଙ୍ଗର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆଦିବାସୀ ମହାସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତ ଅର୍ନ୍ତଗତ ହରଡାପୁଟ ବାଳିକା ସେବାଶ୍ରମ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀରେ ପଢ଼ୁଥିବା ଅନ୍ତେବାସୀ ଛାତ୍ରୀ ତପସ୍ୱିନୀଙ୍କର ଗତ ୧୨ତାରିଖ ଦିନ ଗୁରୁତର ହୋଇଥିଲେ। ତାଙ୍କୁ ରାବଣାଗୁଡା ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ଚିକିତ୍ସା କରିଥିବା ଡାକ୍ତର ଜଣକ ଗ୍ୟାସର ସମସ୍ୟା ହୋଇଥିବା କହି ଔଷଧ ଦେଇ ପେରାଇଦେଇଥିଲେ। ମୃତା ଛାତ୍ରୀ ଜଣକ ସେହି ଦିନ ରାତିରେ ବାନ୍ତି କରିଥିଲେ। ଏହା ପରେ ରାତି ଦୁଇଟା ବେଳେ ତପସ୍ୱିନୀର ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଆଶ୍ୱସ୍ତ ହୋଇପଡ଼ିଥିଲେ। ତପସ୍ୱିନୀର ହନ୍ତସନ୍ତ ହେବା ଦେଖି ତା ସାଙ୍ଗ ସେବାଶ୍ରମରେ ରହୁଥିବା ମାଟ୍ରୋନଙ୍କୁ ସୂଚନା ଦେଇଥିଲେ ।ତେବେ ମାଟ୍ରୋନ ଗୁରୁତ୍ୱ ର ସହ ନେଇ ନଥିଲେ। ପୁଣି ସକାଳୁ କହିବା ପରେ ସେ ଖେଳ ଶିକ୍ଷୟତ୍ରୀଡାକ୍ତରଖାନାକୁ ନେବେ ବୋଲି କହିଥିଲେ। ଅଟୋ ଡାକି ଡାକ୍ତରଖାନାକୁ ନେବା ସମୟରେ ତପସ୍ୱିନୀର ମୃତ୍ୟୁ ହୋଇଥିଲା। ପୂର୍ବରୁ ଯଦି ତପସ୍ୱିନୀଙ୍କୁ ଡାକ୍ତରଖାନାକୁ ନେଇଥିଲେ ସେ ବଂଚିଂ ଯାଇଥାନ୍ତା ବୋଲି ଛାତ୍ରୀ ଜଣକ ବାହୁନି ବାହୁନି କାନ୍ଧିି କାନ୍ଧି କହୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓ ଏବେ ମୋବାଇଲରୁ ମୋବା?ଇଲକୁ ଘୁରି ବୁଲଛି। ଏହି ଭିଡିଓ ଦେଖିଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି। ଏହି ଭାଇରାଲ ଭିଡିଓ ସଂପୁର୍ଣ୍ଣ ରୁପେ ମାଟ୍ରୋନର ଭୁଲ ରହିଥିବା ଦର୍ଶାଉଛି। ଏହାକୁ ନେଇ ମାଟ୍ରୋନକୁ କାରଣଦର୍ଶାଓ ନୋଟିସ୍ ଜାରୀ କରିବେ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।

ଅପରପକ୍ଷରେ ପୂର୍ବରୁ କରାଯାଇଥିବା ତଦନ୍ତର ରିପୋର୍ଟ ସେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ଏବଂ ଏହି ରିପୋର୍ଟ ଗୁପ୍ତ ରହିଥିବାରୁ ସୂଚନା ଦେଇ ହେବ ନାହିଁ ବୋଲି କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ। ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ଏତଲା କ୍ରମରେ ବୋରିଗୁମ୍ମା ପୁଲିସ ଅପମୃତ ମାମଲା ରୁଜୁ କରିଥିବା ବେଳେ ମୃତ ଛାତ୍ରୀଙ୍କ ବାପା କୃଷ୍ଣ ଗାଧବାଙ୍କ ଏତଲା କ୍ରମେ ହତ୍ୟା ସଂଦେହରେ ଦଫା ୩୦୨ରେ ଆଉ ଗୋଟିଏ ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ବୋରିଗୁମ୍ମା ଥାନା ଅଧିକାରୀ ଯୁଗୋଳ କିଶୋର ସା। ତେବେ ଶବବ୍ୟାବଛେଦ ରିପୋର୍ଟ ଓ ଭିସୋରା ରିପୋର୍ଟକୁ ଅପେକ୍ଷା କରାଯାଇଛି, ଏହା ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଥାନା ଅଧିକାରୀ।