ସେବାଶ୍ରମ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଗୁଣପୁର/ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାଲୁପାଇ ସେବାଶ୍ରମର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କଣ୍ଡାଜାମୁଗୁଡା ଗ୍ରାମର ଜୟନୀ କୁମ୍ଭିରିକା(୧୩) ପାଲୁପାଇ ସେବାଶ୍ରମରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି। ତେବେ ଗତାଲି ଜୟନୀ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ଜୟନୀକୁ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ତାଙ୍କୁ ସାଲାଇନ୍‌ ଦେବା ସହ ଉପଯୁକ୍ତ ଚିକିତ୍ସା କରାଯାଇଥିବା ରାମନାଗୁଡା ମେଡିକାଲର ଡାକ୍ତର କହିଛନ୍ତି। ଏନେଇ ଖବର ପାଇବା ପରେ ପରିବାର ଲୋକ ମେଡିକାଲରେ ପହଞ୍ଚି ଝିଅକୁ ନିଜ ଘରକୁ ନେଇ ଯାଇଥିଲେ। ତେବେ ଆଜି ସକାଳେ ଜୟନୀଙ୍କ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର