ଭୁବନେଶ୍ୱର : ‘ସକାଳେ ନୁହେଁ ସବୁବେଳେ’ ପାଠକଙ୍କୁ ଖବର ଯୋଗାଇ ଆସୁଥିବା ‘ସମ୍ବାଦ’ର ଓ୍ଵବ୍ ପୋର୍ଟାଲ୍ ‘sambad.in’ର ଦ୍ୱିତୀୟ ଜନ୍ମ ବାର୍ଷିକ ‘ସମ୍ବାଦ ଭବନ’ରେ ପାଳିତ ହୋଇଯାଇଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କେକ୍ କାଟି ଓ୍ଵବ୍ ପୋର୍ଟାଲର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ପଟ୍ଟନାୟକ ପୋର୍ଟାଲ୍ର ଜନ୍ମ ବାର୍ଷିକରେ ଉଦ୍ବୋଧନ ଦେଇ କହିଲେ, ୩୪ ବର୍ଷ ତଳେ ଛପା କାଗଜରେ ‘ସମ୍ବାଦ’ ନୂଆ ବିପ୍ଳବ ଆରମ୍ଭ କରିଥିଲା। ସଂପ୍ରତି ଡିଜିଟାଲ୍ ଯୁଗରେ ଓ୍ଵବ୍ ପୋର୍ଟାଲ୍ ଜରିଆରେ ଆଉ ଏକ ନୂଆ ବିପ୍ଳବ ଆରମ୍ଭ କରିଛି। ସେ ଏକଥା ବି କହିଲେ, ଲୋକଙ୍କ ବିଶ୍ୱାସ ହିଁ ଆମର ସମ୍ପଦ। ତାହାକୁ ପାଥେୟ କରି ଚାଲିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ର ଫିଚର୍ ସମ୍ପାଦକ ଗୌରହରି ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ, ସଂପ୍ରତି ଓଡ଼ିଆ ଖବରକାଗଜ ପରିସର ମଧ୍ୟରେ ଏହା ସବୁଠୁ ଆଗୁଆ ଡିଜିଟାଲ୍ ପୋର୍ଟାଲ୍ ଭାବେ ଉଭା ହୋଇଛି। ସୋସିଆଲ୍ ମିଡିଆରେ ମଧ୍ୟ ସମ୍ବାଦ ଡଟ୍ ଇନ୍ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଢେର୍ ଆଗରେ ରହିଛି। ଓ୍ଵବ୍ ପୋର୍ଟାଲ୍ର ଜନ୍ମଦିନରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ପୋର୍ଟାଲ୍ର ବାର୍ତା ସମ୍ପାଦକ ଧୃତିକାମ ମହାନ୍ତି ଏବଂ ‘ସମ୍ବାଦ’ର ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ।