ଦ୍ବିତୀୟ ବ୍ରାହ୍ମଣୀ ସେତୁ କାମ ଆରମ୍ଭ

ରାଉରକେଲା/ ବେଦବ୍ୟାସ : ବେଦବ୍ୟାସ ଦଣ୍ଡିଆପାଲି ପଟୁ ଜମି ଅଧିଗ୍ରହଣ ସହ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କାମ ଆଜି  ଆରମ୍ଭ ହୋଇଛି। ପାନପୋଷ ଉପଜିଲ୍ଳାପାଳ ବିଶ୍ବଜିତ୍‌ ମହାପାତ୍ର, ଲାଠିକଟା ତହସିଲଦାର ଓ ଏନ୍‌ଏଚ୍‌ଆଇର ପିଡି ସୌରଭ ‌େଚୗରାସିଆଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ ଶେଷ ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବସ୍ତିବାସୀମାନେ ଜିଲ୍ଲା ପ୍ରଶାସନକୁ ସହାୟତା କରିଥିଲେ। ବସ୍ତିବାସୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ପାନପୋଷ ଏସ୍‌ଡିପିଓ ତଥା ଆଇପିଏସ୍‌ ଅଧିକାରୀ ପଦ୍ମିନୀ ସାହୁଙ୍କ ନେତୃତ୍ବରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲା। ଆସନ୍ତାକାଲି ଠାରୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାମ ଆରମ୍ଭ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ପୂର୍ବରୁ ଦଣ୍ଡିଆପାଲି ବସ୍ତିବାସୀଙ୍କ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ  ଓ ନିର୍ମାଣ  କାମରେ ବାଧା ସୃଷ୍ଟି ହୋଇଥିଲା। ବାଧ୍ୟ ହୋଇ ଜେକେସି କମ୍ପାନୀ ଅଧାରୁ ଫାଇଲିଂ କାମ ବନ୍ଦ କରି  ଦେଇଥିଲେ। ଏବେ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ବରୁ ଜବରଦଖଲ ସମସ୍ୟା ହଟି ଥିବାରୁ ନିର୍ମାଣର କାମରେ କୌଣସି ବାଧା ସୃଷ୍ଟି ହେବନାହିଁ ବୋଲି ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି।

ସମ୍ବନ୍ଧିତ ଖବର