ଆସନ୍ତା ସପ୍ତାହରୁ ବ୍ରାହ୍ମଣୀ ସେତୁର ପାଇଲିଂ

ରାଉରକେଲା : ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଆବେଗ ସହ ଜଡ଼ିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ ଆସନ୍ତା ସପ୍ତାହ (ସୋମବାର)ରୁ ଜାରି ରହିବ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍‌) ଇଂ ଧର୍ମାନନ୍ଦ ଷଡ଼ଙ୍ଗୀ ଆଜି ପ୍ରକଳ୍ପସ୍ଥଳ ଅନୁଧ୍ୟାନ କରିବା ପରେ ଏହି ଆଶ୍ୱାସନା ଶୁଣାଇଛନ୍ତି। ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଇଂ ଷଡ଼ଙ୍ଗୀ କହିଛନ୍ତି, ଆଉ ଜମି ଅଧିଗ୍ରହଣ ସମସ୍ୟା ନଥିବାରୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ସମେତ ଜାତୀୟ ରାଜପଥ (ନଂ-୧୪୩) ନିର୍ମାଣରେ ଆଉ ବାଧା ନାହିଁ। ଚଳିତ ମାସ ୨୩ ତାରିଖରୁ ବିଧିବଦ୍ଧ ଭାବେ କାର୍ଯ୍ୟାରମ୍ଭ ତାରିଖ ଘୋଷଣା ହୋଇଛି। ଉଭୟ ରାଜପଥ ଓ ବ୍ରାହ୍ମଣୀ ସେତୁ ପ୍ରକଳ୍ପ ଆଗାମୀ ଅଢ଼େଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର