ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯିବ ବୋଲି ରାଜ୍ୟ ନିର୍ବାଚନ କମିସନର କହିଛନ୍ତି। ସମସ୍ତ କର୍ମଚାରୀଙ୍କୁ େକାଭିଡ ଯୋଦ୍ଧା ଘୋଷଣା କରିବା ସହ ନିର୍ବାଚନ ପୂର୍ବରୁ ଏହି ବୁଷ୍ଟର ଡୋଜ୍ ଦିଆଯିବ। ଯେଉଁ କର୍ମଚାରୀଙ୍କର ଦ୍ବିତୀୟ ଡୋଜ୍ ଟିକା ନେବାର ତିନି ମାସ ବା ୯୦ଦିନ ପୂରଣ ହୋଇଥିବ ସେମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଯାଇଛି। ଏହାପରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିସନର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦ୍ୱିତୀୟ ଡୋଜ୍ର ୩ମାସ ହୋଇଥିଲେ ବୁଷ୍ଟର ଡୋଜ୍
ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ ସମ୍ମୁଖ ଯୋଦ୍ଧା ମାନ୍ୟତା
/sambad/media/post_attachments/wp-content/uploads/2022/01/vaccine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)