‘କବିର କବିତାରେ ତା’ର ଅନ୍ତର୍ଦୃଷ୍ଟି ନିହିତ’

ବଲାଙ୍ଗୀର ପୁସ୍ତକ ମେଳାର ଦ୍ବିତୀୟ ସନ୍ଧ୍ୟା

ବଲାଙ୍ଗୀର: କବିତାର ଭାବ ଜଗତ ସବୁବେଳେ ପାଠକୀୟତାର ଊର୍ଦ୍ଧ୍ବରେ ଥାଏ। କବି ଯାହା ଅନୁଭବ କରେ, ତାହା ଅନ୍ୟମାନେ ଦେଖିପାରନ୍ତି ନାହିଁ। କବିର ଅନ୍ତର୍ଦୃଷ୍ଟି ଥାଏ ବୋଲି ସବୁ ପ୍ରକାର ଭାବଭୂମିରେ ତାର ସୃଷ୍ଟି ସବୁ ଜୀବନବାଦୀ ହୁଏ ବୋଲି ଶନିବାର ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁସ୍ତକମେଳାର ଦ୍ବିତୀୟ ଦିବସରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି।

ପୁସ୍ତକ ମେଳାର ଦ୍ବିତୀୟ ସନ୍ଧ୍ୟାରେ ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଶିକ୍ଷାବିତ ସନାତନ ଠାକୁର, କଣ୍ଟାବାଞ୍ଜି କେ. ଭି. କଲେଜର ଅଧ୍ୟାପକ ଡ. ସଂଜୟ ମିଶ୍ର ଅତିଥି ଭାବେ ଯୋଗଦେଇ  ପୁସ୍ତକ ପଠନ ଅଭ୍ୟାସ ପାଇଁ ଲୋକଙ୍କ ଭିତରେ ପୁସ୍ତକ ମେଳା ହିଁ ଉତ୍ସାହ ସୃଷ୍ଟି କରିବ ବୋଲି କହିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ ସ୍ବାଗତ ଭାଷଣ ଦେଇଥିଲେ। ରତ୍ନମୟ ତ୍ରିପାଠୀ ସଭା ସଂଯୋଜନା କରିଥିଲେ। ପ୍ରଫୁଲ୍ଲ ମହାପାତ୍ର ଧନ୍ୟବାଦ ଦେଇଥିଲେ। ପରେ ଦୀପ୍ତିମାଳା ତ୍ରିପାଠୀଙ୍କ ସଂଯୋଜନାରେ ଆଇଡିଏମ୍‌ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀମାନେ ଓ ବିଏସ୍‌ ଡ୍ୟାନ୍ସ ଏକାଡେମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର