ପ୍ରଥମ ପର୍ଯ୍ୟାୟରେ ୨୦୩ ବିଧାନସଭା ପ୍ରାର୍ଥୀ, ୨୮ ଲୋକସଭା ପ୍ରାର୍ଥୀ ନିର୍ବାଚନ ମଇଦାନରେ
ଭୁବନେଶ୍ବର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି। ଆଜି ଏହି ପର୍ଯ୍ୟାୟ ସୁଦ୍ଧା ବିଧାନସଭା ପାଇଁ ୨୦୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ୨୪ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୫ଟି ଲୋକସଭା ଆସନ ପାଇଁ ୪୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୩୫ଟି ବିଧାନସଭା ପାଇଁ ମୋଟ ୩୦୨ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗତ ୧୯ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିଲା। ସେହିପରି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨୪୫ଟି ପ୍ରାର୍ଥିପତ୍ରରୁ ଯାଞ୍ଚ ବେଳେ ୨୦୩ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଅନ୍ୟପଟେ ଲୋକସଭା ପାଇଁ ଦାଖଲ ହୋଇଥିବା ୩୦ଟି ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପରେ ୨୮ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର କାଏମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/nomination-1.jpg)