ବଜେଟ୍‌ ଅଧିବେଶନ, ଦ୍ବିତୀୟ ପର୍ଯ୍ୟାୟ ଆଜିଠୁ

ଭୁବନେଶ୍ବର : ଷେ‌ାଡ଼ଶ ବିଧାନସଭାର ପ୍ରଥମ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଏହା ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ୧୨ ତାରିଖରେ ୧୦ଟି ଷ୍ଟାଣ୍ଡିଂ କମିଟି ୩୮ଟି ବିଭାଗର ଖର୍ଚ୍ଚଦାବି ତର୍ଜମା କରି ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ। ଏହା ସହ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ବାର୍ଷିକ ରିପୋର୍ଟ ବି ଆଇନ ମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ। ୧୩ ଓ ୧୪ ତାରିଖରେ ଗୃହ କାର୍ଯ୍ୟ ବନ୍ଦ ରହିବ। ୧୫ ତାରିଖରୁ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହେବ। ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରି ବିଲ୍‌ ଆଗତ ହୋଇ ପାରିତ ହେବ। ଅଗଷ୍ଟ ୩, ୬ ଓ ୮ ତାରିଖରେ ବେସରକାରୀ କାର୍ଯ୍ୟଦିବସ ରହିଛି।

ସୂଚନାଯୋଗ୍ୟ ଯେ ଜୁନ୍ ୨୫ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ୍‌ ୩୦ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ପର୍ଯ୍ୟାୟରେ ୬ଟି କାର୍ଯ୍ୟଦିବସ ରହିଥିଲା। ପ୍ରଥମ ଦିନ ରାଜ୍ୟପାଳ ଅଭିଭ‌ାଷଣ ଦେଇଥିଲେ ଓ ଜୁନ୍ ୨୮ ତାରିଖରେ ବଜେଟ୍‌ ଉପସ୍ଥାପନ ହୋଇଥିଲା।

ସମ୍ବନ୍ଧିତ ଖବର