କାଳିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥ ଖୁବ ଶୀଘ୍ର ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୂମିହୀନ କୃଷକଙ୍କୁ ମିଳିବ

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ  ଖୁବଶୀଘ୍ର  ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଯୋଜନା ଟଙ୍କା ମିଳିବ।  ଏହା ଦ୍ବାରା  ୧୮ ଲକ୍ଷ ହିତାଧିକାରୀ ଉପକୃତ ହେବେ । ୧୮ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୩ ଲକ୍ଷ ଚାଷୀ ଓ ୫ ଲକ୍ଷ ଭୂମିହୀନ କୃଷକ ରହିଥିବା ଜଣାପଡ଼ିଛି।  ସେମାନଙ୍କୁ  ଜୀବିକା ସହାୟତା ବାବଦରେ ଏହି ଟଙ୍କା ମିଳିବ ବୋଲି କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି ।

ଯଦିଓ ଟଙ୍କା ମିଳିବାର ତାରିଖ ଧାର୍ଯ୍ୟ ହୋଇନାହିଁ, କିନ୍ତୁ  ଖୁବଶୀଘ୍ର ହିତାଧିକାରୀଙ୍କୁ ଅର୍ଥ ମିଳିବ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ  ଶଶୀଭୂଷଣ ବେହେରା । କାଳିଆ ଯୋଜନା ଏକ ଅଭୂତପୂର୍ବ ଯୋଜନା । ରାଜ୍ୟବାସୀ ଏହି ଯୋଜନାକୁ ପସନ୍ଦ କରୁଛନ୍ତି ଏବଂ ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ ସମୟରେ ଯେଉଁ ଅସୁବିଧା ହୋଇଥିଲା, ସେସବୁ ଉପରେ ସୁଧାର ଅଣାଯାଉଛି ବୋଲି ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ କାଳିଆ ଟଙ୍କା ଲୋକଙ୍କ ପାଖରେ ପହଞ୍ଚିସାରିଛି । ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ତେବେ କାଳିଆ ଟଙ୍କା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକା ପ୍ରତି ପଞ୍ଚାୟତ  କାର୍ଯ୍ୟାଳୟରେ ପ୍ରକାଶ ପାଇଥିଲା । ଏହି ଯୋଜନାରେ ଅନୁସାରେ ରାଜ୍ୟର ୯୨ ପ୍ରତିଶତ ଚାଷୀ ଉପକୃତ ହୋଇପାରିବେ ।

ସମ୍ବନ୍ଧିତ ଖବର