ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ

ପୁରୀ : ନୟାଗଡ଼ ବନଖଣ୍ଡରୁ ଆଜି ଦ୍ବିତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଟ୍ରକ୍‌ ଯୋଗେ ନୟାଗଡ଼ ବନଖଣ୍ଡ ଅଧୀନ ଦଶପଲ୍ଲା ବନାଞ୍ଚଳରୁ ୧୩ ଖଣ୍ଡ ଫାସି କାଠ ଆସି ବଡ଼ଦାଣ୍ଡସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପହଞ୍ଚିଛି। ପରେ ଏହାକୁ ସୁରକ୍ଷିତ ରଥଖଳା ନିକଟରେ ରଖାଯାଇଛି। ଏଥିପୂର୍ବରୁ ୪୯ ଖଣ୍ଡ ରଥକାଠ ନୟାଗଡ଼ ବନଖଣ୍ଡରୁ ଆସିଥିଲା।

ସୂଚନାଯୋଗ୍ୟ, ଚଳିତ ବର୍ଷ ନୟାଗଡ଼ ବନଖଣ୍ଡ ରଥ କାଠ ଅଭାବ ଦେଖାଦେବାରୁ ବୌଦ୍ଧ ବନଖଣ୍ଡରୁ କିଛି କାଠ ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ ବୌଦ୍ଧ ବନଖଣ୍ଡକୁ ଚିଠି ସହ ମହାପ୍ରଭୁଙ୍କ ଲାଗି ମାଳ ଯାଇ ପୂଜାର୍ଚ୍ଚନା ଶେଷ ହୋଇଛି। ରଥ ସଂହିତା ଆଧାରରେ ତିନି ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା, ଫାସି ଓ ଶିମିଳି କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ଏହି ଦୃଷ୍ଟିରୁ ଚଳିତ ବର୍ଷ ୭୯୬ ଖଣ୍ଡ ରଥକାଠ ଯୋଗାଇଦେବାକୁ ଶ୍ରୀମନ୍ଦିର ପ୍ରଶାସନ ବନବିଭାଗକୁ ଚିଠି କରିଥିଲା।

ସମ୍ବନ୍ଧିତ ଖବର