ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ

ଭୁବନେଶ୍ବର : ଯୁକ୍ତ୨ କଲେଜଗୁଡ଼ିକ ପାଇଁ ବୁଧବାରଠାରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ଏହାପରେ ଖାଲି ଥିବା ସିଟ୍‌ ପାଇଁ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଏଥିପାଇଁ ଅକ୍ଟୋବର ୪ରେ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖାରେ ଭାଗ ନେବାକୁ ଆଗ୍ରହୀ ଛାତ୍ରଛାତ୍ରୀ ସମ୍ପୃକ୍ତ କଲେଜକୁ ଯାଇ ଲିଖିତ ଭାବେ ଦରଖାସ୍ତ ଦେବେ। ଏହାପରେ ୫ ତାରିଖ ଅପରାହ୍ନ ୨ଟରେ ମେଧା ତାଲିକା ପ୍ରକାଶ ପାଇବା ସହ ୭ରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ।

ତେବେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ନଥିବା ଛାତ୍ରଛାତ୍ରୀଙ୍କୁ ସ୍ପଟ୍‌ ନାମଲେଖା ପାଇଁ ସୁଯୋଗ ମିଳିବ ନାହିଁ। ସେପଟେ ଅକ୍ଟୋବର ପ୍ରଥମ ସପ୍ତାହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଯେଉଁ ଛାତ୍ରଛାତ୍ରୀ ଆରମ୍ଭରୁ ଆବେଦନ କରି ନଥିବେ ସେମାନଙ୍କ ପାଇଁ ନାମଲେଖା ଆରମ୍ଭ ହେବ। ଏହି ଛାତ୍ରଛାତ୍ରୀ ଆବେଦନ କରି ନାମଲେଖା ପ୍ରକ୍ରିୟାରେ ସାମିଲ ହେବେ। ତେବେ ଖାଲିଥିବା ସିଟ୍‌ ପାଇଁ ହିଁ ତୃତୀୟ ପର୍ଯ୍ୟାୟ ନାମଲେଖା ହେବ।

ସମ୍ବନ୍ଧିତ ଖବର