‘ସୋମାକ୍‌’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ରାଜ୍ୟର ପ୍ରତିଷ୍ଠିତ ସାମ୍ବାଦିକତା ଶିକ୍ଷା ଅନୁଷ୍ଠାନ ସମ୍ବାଦ ସ୍କୁଲ ଅଫ୍‌ ମିଡିଆ ଆଣ୍ଡ କଲ୍‌ଚର (ସୋମାକ୍‌)ର ଦ୍ବିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ। ମହାମାରୀ କରୋନା ପରିପ୍ରେକ୍ଷୀରେ ଚଳିତବର୍ଷ ରାଜ୍ୟ ବିଶ୍ବବିଦ୍ୟାଳୟମାନଙ୍କ ଦ୍ବାରା ଅନୁଷ୍ଠିତ ସ୍ନାତକ (+୩) ଶେଷବର୍ଷ ପରୀକ୍ଷା ଫଳ ଏଯାଏ ପ୍ରକାଶ ପାଇନଥିବାରୁ ଅନୁଷ୍ଠାନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ସ୍ନାତକ (+୩) ଶେଷବର୍ଷ ପରୀକ୍ଷା ଦେଇଥିବା ତଥା ଫଳାଫଳ ପାଇଁ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପରୀକ୍ଷା ଆଡମିଟ୍‌ କାର୍ଡ ଦେଖାଇ ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ।

ଏଠାରେ ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୯ ତାରିଖ ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ପ୍ରବେଶିକା ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ଖୁବ୍‌ଶୀଘ୍ର ପ୍ରକାଶ କରାଯିବ। ଏ ସମ୍ପର୍କରେ ଅଧିକ ଜାଣିବାକୁ ଆଗ୍ରହୀ ଛାତ୍ରଛାତ୍ରୀ ମୋବାଇଲ ନଂ.- ୭୦୪୫୭୩୭୫୪୪ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର