ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜର ଏକାଦଶ ଶ୍ରେଣୀରେ ନାମଲେଖାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କ ଲାଗି ପୁଣିଥରେ ସୁଯୋଗ ଦିଆଯାଇଛି। ଦଶମ ଶ୍ରେଣୀ ତଥା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୦ରୁ ୨୭ ମଧ୍ୟରେ ନାମଲେଖା ଲାଗି ଆବେଦନ କରିପାରିବେ। ଇଚ୍ଛୁକ ଛାତ୍ରଛାତ୍ରୀ ତଥା ଅଭିଭାବକ www.samsodisha.gov.in ଲଗ୍-ଇନ୍ କରି ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ଜଣାପଡ଼ିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ କିଛି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟ ଇ-ନାମଲେଖାରେ ଭାଗ ନେଇ ପାରିନାହାନ୍ତି। ତେଣୁ ସେମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୁଯୋଗ ଦେବା ଲାଗି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା କରାଯାଇ ଆଉଥରେ ସୁଯୋଗ ଦିଆଯାଉଛି।
ଆଜିଠୁ ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା
/sambad/media/post_attachments/wp-content/uploads/2020/09/admission.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)