ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଲାଲକରିଡର ସୁନାବେଡ଼ା ଅଭୟାରଣ୍ୟରେ ମାଓବାଦୀମାନଙ୍କ କିଛି ଦିନ ନିରବତା ପରେ ଅଭୟାରଣ୍ୟ ମାଓବାଦୀଙ୍କ ଗତିବିଧି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ମାଓବାଦୀମାନେ ନୂଆପଡ଼ା ବ୍ଳକ ସାରାବଙ୍ଗ ଠାରେ ବ୍ୟାନର ଲଗାଇ ପିଏଲଜିଏ ସପ୍ତାହ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ସେହିପରି ଏହି ୭ ଦିନ ପାର୍ଯ୍ୟନ୍ତ ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସୁନାବେଡ଼ା ଅଭୟାରଣ୍ୟରେ ଛତିଶଗଡ଼ ଓ ଆନ୍ଦ୍ର କ୍ୟାଡ଼ର ମାଓବାଦୀ ପାଣି ପୁଣି ସକ୍ରୟ ହୋଇଥିବା ଜଣାପଡିଛି। ମାଓବାଦୀମାନେ ସୀମାନ୍ତରେ ଥିବା ସୁରକ୍ଷା ସ୍ଥାନରେ କିଛି କ୍ୟାଡର ମାଓବାଦୀ ଉପସ୍ଥିତ ରହି ଗୁପ୍ତ ବୈଠକ କରୁଥିବା ଚର୍ଚ୍ଚା ହୋଇଛି।
ସେପରି ଗତକାଲି ବ୍ୟାନର ଲଗାଇବା ପରେ ନୂଆପଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳ ଏକ ଗାଁରେ ମାଓବାଦୀମାନେ କିଛି ଗ୍ରାମର ଲୋକମାନଙ୍କୁ ନେଇ ଏକ ଗୁପ୍ତ ବୈଠକ କରିଥିବା ବିଶେଷ ସୁତ୍ରରୁ ଖବର ମିଳିଛି। ଗୁପ୍ତ ବୈଠକରେ ମାଓବାଦୀମାନେ ଏହି ୭ ଦିନ ଧରି ଚାଲିଥିବା ପିଏଲଜିଏ ସପ୍ତାହ ପାଳନ କରିବା ସହ ଯୁବକ ଓ ଯୁବତୀମାନଙ୍କୁ ମାଓ ସଂଗଠନରେ ଯୋଗଦାନ କରିବାକୁ ନିବେଦନ କରିଛନ୍ତି। ସେପରି ଜିଲ୍ଲା ପୁଲିସ ଜିଲ୍ଲାରେ ମାଓବାଦୀ ଗତିବିଧି କମିଯାଇଥିବା କହୁଥିବା ବେଳେ ବର୍ତ୍ତମାନ ମାଓବାଦୀମାନେ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି। ଜିଲ୍ଲାରେ ପୁଣିଥରେ ମାଓବାଦୀଙ୍କ ଗତିବିଧି ବଢ଼ିବା ପରେ ପୁଲିସ ଚନ୍ତା ବଢ଼ିଯାଇଛି।
ନୂଆପଡ଼ା ଜିଲ୍ଲା ନୂଆପଡ଼ା, ବୋଡ଼େନ, ସିନାପାଲି ଓ କୋମନା ବ୍ଳକରେ ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ରହୁଥିବା ବେଲେ ଅଭିଯୋଗ ହୋଇଛି। ବର୍ତ୍ତମାନ ଓଡ଼ିଶା- ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ କିଛି ବର୍ଷ ହେବ ମାଓବାଦୀଙ୍କ ସଂଗଠନ ଦୁର୍ବଳ ହୋଇଥିବାରୁ ପୁଣିଥରେ ମାଓବାଦୀମାନେ ଏବେ ନିଜ ସଂଗଠନକୁ ଆଗେଇ ନେବାପାଇଁ ନୂଆପଡ଼ା ତଥା ଛତିଶଗଡ଼ ସୀମାନ୍ତ ପାହଡ଼ ତଳ ଅଞ୍ଚଳରେ ଥିବା ବିଭିନ୍ନ ଗାଁରେ ଗୁପ୍ତ ବୈଠକ କରି ପୁଣି ଛତିଶଗଡ଼ ଚାଲିଯାଉଥିବା ଅଭିଯୋଗ ହୋଇଛି। ଏଥିରେ ଛତିଶଗଡ଼, ଆନ୍ଦ୍ରପ୍ରଦେଶ କ୍ୟାଡ଼ର ମାଓବାଦୀମାନେ ଏକତ୍ର ହୋଇ ଲୋକଙ୍କୁ ତାଙ୍କ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରୁଥିବା ଚର୍ଚ୍ଚ ହେଉଛି।
ଅନ୍ୟପକ୍ଷରେ ପୁଲିସର କମ୍ବିଂ ହେଉଥିବା ସତ୍ତ୍ବେ ସେମାନଙ୍କର ଗତିବିଧି ବୃଦ୍ଧି ଘଟୁଥିବା କୁହାଯାଇଛି। ମାଓବାଦୀମାନେ ଜନସଂର୍ପକ ପାଇଁ ୨୦/୩୦ ଜଣ ମାଓବାଦୀ ସଂଘବଦ୍ଧ ଗ୍ରାମବାସୀମାନଙ୍କୁ ନେଇ ଜନସଂପର୍କ ଅଭିଯାନ ଜାରି ରଖିଛନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ। ଦିନକୁ ଦିନ ମାଓବାଦୀ ସଂଗଠନ ନୂଆପଡ଼ା ଜିଲ୍ଲାରେ ନିଜର ଆସ୍ଥାନ ଜମାଇ ବିଭିନ୍ନ ସମୟରେ ହିଂସାକାଣ୍ତ ଘଟାଇ ଆସିଛନ୍ତି। ଆଗାମୀ ଦିନରେ ମଧ୍ୟ ମାଓବାଦୀମାନେ ହିଂସାକାଣ୍ତ ନଘଟାଇବେ ଏହା କହି ହେବ ନାହିଁ। ଏହି ଦିଗରେ ଜିଲ୍ଲା ପୁଲିସଙ୍କୁ ସଜାଗ ରହିବା ଜରୁରୀ ହୋଇପଡ଼ିଛି। ବିଗତ ଦିନରେ ଓଡ଼ିଶା- ଛତିଶଗଡ଼ରେ ସୀମାନ୍ତରେ ମାଓବାଦୀ କ୍ୟାମ୍ପରୁ ଜଣାପଡ଼ିଛି ଯେ ସୁନାବେଡ଼ା ଅଭୟାରଣ୍ୟ କ୍ୟାଡ଼ର ମାଓବାଦୀ ମୂଲୀ ଓରଫ(ସଂଗ୍ରାମ ରେଡ୍ଡି), କାତ୍ତିକ ଓରଫ (ଦଶ୍ରୃ), ଜୟରାମ (ଓରଫ ଗୁଡ୍ଡୁ) ବଳଦେବ, ଓ ଅଞ୍ଜୁ ଓରଫ କବିତା ଉପସ୍ଥିତ ରହିଥିବା ଜିଲ୍ଲା ପୁଲିସ ସୂଚନା ଦେଇଥିଲା। ହେଲେ ୫ ମାସରେ ମାଓବାଦୀମାନେ ନୂଆପଡ଼ା ଜିଲ୍ଲା ସଦର ବ୍ଳକରେ ୨ଟି ସ୍ଥାନରେ ସେମାନଙ୍କ ଅଘଟଣ ଘଟାଇ ପୁଲିସକୁ ରାଜ୍ୟ ସରକାର ଓ ଜିଲ୍ଲା ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ପିଏଲଜିଏ ସପ୍ତାହରେ କୌଣସି ଅଘଟଣ ନହେବା ପାଇଁ ବର୍ତ୍ତମାନ ଜିଲ୍ଲା ପୁଲିସ ମାଓବାଦୀ ଦମନ ପାଇଁ ଆହୁରି ରଣନୀତି ପ୍ରସ୍ତୁତ କରିଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/5e644543-26e2-41b5-9dd8-0867ca4e88e6.jpeg)