ଧାର୍ଯ୍ୟ ସମୟରେ ପଦୋନ୍ନତି ନେଇ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କଲା ସଚିବାଳୟ ସେବା ସଂଘ

ଭୁବନେଶ୍ବର : ଏଣିକି ଧାର୍ଯ୍ୟ ସମୟରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ପାଇଁ ପୂର୍ବ ବର୍ଷରୁ ଯୋଗ୍ୟ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହେବ। ଏଥିପାଇଁ ଓଡ଼ିଶା ସିଭିଲ୍‌ ସର୍ଭିସ (ପଦୋନ୍ନତି ସର୍ତ୍ତାବଳୀ) ନିୟମାବଳୀ ୧୯୯୨ରେ ସରକାର ଆବଶ୍ୟକ ସଂଶୋଧନ କରିଛନ୍ତି। ଏ ନେଇ ଗତ ୧ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଏହି ପଦକ୍ଷେପକୁ ସଚିବାଳୟ ସେବା ସଂଘ ସ୍ବାଗତ କରିଛି। ସଂଘ ସଧାରଣ ସମ୍ପାଦକ ବିବେକାନନ୍ଦ ସାମଲ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରକାଶଥାଉକି, ଗତ ଅକ୍ଟୋବର ୨୮ ତାରିଖରେ କର୍ମଚାରୀଙ୍କ ପଦୋନ୍ନତି ଧାର୍ଯ୍ୟ ସମୟରେ କରିବା ପାଇଁ ସଂଘ ପକ୍ଷରୁ ମୁଖ୍ୟଶାସନ ସଚିବଙ୍କୁ ଗୋଟିଏ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର