ହାଇକୋର୍ଟରେ ଅଦାଲତ ଅବମାନନା ମାମଲା: ଗଣଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ଅଦାଲତ ଅବମାନନା ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାଣିଶୁଣି ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିଥିବାରୁ କାହିଁକି ତାଙ୍କୁ ଅଦାଲତ ଅବମାନନା ଆଇନ ଅନୁସାରେ ଦଣ୍ଡିତ କରା ନ ଯିବ, ସେ ନେଇ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ଗଣଶିକ୍ଷା ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୬ରେ ଗଣଶିକ୍ଷା ସଚିବ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହେବେ।  ଏହି ମାମଲା ବିଚାରାଧୀନ ଥିବାବେଳେ ଅଦାଲତଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରି ୨୦୧୮, ଏପ୍ରିଲ ୨୧ରେ ଗଣଶିକ୍ଷା ସଚିବ ଦେଇଥିବା ଆଦେଶ ପ୍ରତ୍ୟାହାର କରିପାରିବେ। ଏଥିସହ ପୂର୍ବ ନିର୍ଦ୍ଦେଶ କଡାକଡ଼ି ପାଳନ କରାଯାଇ ଏ ସଂପର୍କିତ କଂପ୍ଲାଏନ୍ସ ରିପୋର୍ଟ ଦାଖଲ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୋଭାରାଣୀ ମହାନ୍ତିଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଜେ.କେ.ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର