ଭୁବନେଶ୍ବର: ଆସନ୍ତାକାଲି ପୌରାଞ୍ଚଳ ଭୋଟ୍ ଗଣତି ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସଂପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, କାଉନସିଲର ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ପୌରାଧ୍ୟକ୍ଷ ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ରହିବ। କାଉନସିଲର ଭୋଟ୍ ଗଣତି ପାଇଁ ମୁନସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ମୁନସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, କର୍ପୋରେଟର ଭୋଟ୍ ଗଣତି ପାଇଁ ମୁନସିପାଲ କର୍ପୋରେସନରେ ୧୨ଟି ଟେବୁଲ, ମେୟର ଭୋଟ୍ ଗଣତି ପାଇଁ ମୁନସିପାଲ କର୍ପୋରେସନରେ ୧୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ ଜେଣ ସୁପରଭାଇଜର ରହିବେ । ସେମାନଙ୍କ ସହ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍ ନିୟୋଜିତ ରହିବେ। ଏମାନଙ୍କୁ ସାହାଯ୍ୟ ପାଇଁ ଜଣେ ଜଣେ ଗ୍ରୁପ୍-ଡି କର୍ମଚାରୀ ନିୟୋଜିତ ହେବେ।
ଯେଉଁଠି ଯେତିକି ଟେବୁଲ କାଉଣ୍ଟିଂ ହେଉଛି ସେଠି ସେତିକି ଏଜେଣ୍ଟ ଦେଇପାରିବେ। ଏଜେଣ୍ଟ ହେବାକୁ ଚାହୁଁଥିଲେ ଆଜି ସନ୍ଧ୍ୟା ୫ଟା ଭିତରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବାୟୋଡାଟା ଦାଖଲ କରିବାକୁ ପଡ଼ିବ। ଭୋଟ୍ ଗଣତିର ପୂରା ପ୍ରକ୍ରିୟା ସିସିଟିଭି ନଜରରେ ରହିବ।
ତେବେ ଆସନ୍ତାକାଲି ଧାମନଗରରେ ପୌର ଭୋଟ୍ ଗଣତି ବନ୍ଦ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପୌରାଞ୍ଚଳ ଭୋଟ୍ ଗଣତି ନେଇ ସବିଶେଷ ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ
/sambad/media/post_attachments/wp-content/uploads/2022/03/download-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)