ମାଙ୍କଡ଼ା ପଥର ଖାଦାନରେ ୧୪୪ ଜାରି

ଚଣ୍ଡିଖୋଲ : ବଡ଼ଚଣାର ପଶ୍ଚିମାଞ୍ଚଳର ବୈରୀ ଓ ଅମିୟଝରି ଗ୍ରାମ ସୀମାରେ ଥିବା ଭାଲୁଖାଇ ମୌଜା ଖାତା ନମ୍ବର ୧୩୦୧ ଓ ୩୬୧ ରେ ବେଆଇନ ମାଙ୍କଡ଼ା ଖାଦାନରେ ଦର୍ପଣ ତହସିଲ ପକ୍ଷରୁ ଆଜି ୧୪୪ ଧାରା ଜାରି କରାଯାଇଛି। ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ, ବିଭାଗୀୟ କର୍ମଚାରୀଙ୍କ ସହିତ ପୁଲିସ ବାହିନୀ ସହଯୋଗରେ ସେଠାକୁ ଯାଇ ନାଲି ପତାକା ମାରିଛନ୍ତି। ଗତ ୬ ତାରିଖରେ ଶ୍ରୀ ଗୁରୁ ସୋଲର ଛକ ନିକଟରେ ଗୋଟିଏ  ବେଆଇନ ମାଙ୍କଡ଼ା ପଥର ଓ ଦୁଇଟି ବେଆଇନ ବାଲି ବୋଝେଇ ଗାଡି ଜବତ କରିଥିଲେ। ପୂର୍ବରୁ ସେ ବାଲିକୁଦା ଅଞ୍ଚଳରେ ବାଲିଘାଟରେ ମଧ୍ୟ ୧୪୪ ଧାରା ଜାରି କରିଥିଲେ।

ସମ୍ବନ୍ଧିତ ଖବର