ଜଗତସିଂହପୁର: ୫ ଶହ ବର୍ଷ ପୁରୁଣା ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ମନ୍ଦିର ପରିସରରେ ଆଜିଠାରୁ ୧୪୪ ଧାରା ଜାରି କରାଯାଇଛି। ଏହା ଆଗାମୀ ୧୪ ତାରିଖ ଯାଏଁ ଲାଗୁ ରହିବ ବୋଲି ଉପ ଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଏଠାରେ ମୂଳାଷ୍ମୀ ଠାରୁ ମହାଷ୍ଟମୀ ଯାଏଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଏହାକୁ ଆଖିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। କରୋନା ମହାମାରୀ ସମୟରେ ଶାରଳାଙ୍କ ମନ୍ଦିରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ଏଣେ ଏହି ମନ୍ଦିରର ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉ ନଥିବା ହେତୁ ଅସତନ୍ତାଷ ପ୍ରକାଶ ପାଇଛି। ଚାରି ବର୍ଷରୁ ଊର୍ଦ୍ଧ୍ବ ହେବ ମା’ଙ୍କ ମନ୍ଦିର କିଛି ଅଂଶ ରଙ୍ଗ(ରାସାୟନିକ ପ୍ରଲେପ)କୁ ସଫା କରାଯାଇ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ି ଦିଆଯାଇଛି। ଖରା, ବର୍ଷାରେ ପଥରଗୁଡ଼ିକ ଦୁର୍ବଳ ହେଉଛି, ଯାହାକୁ ନେଇ ମନ୍ଦିର ସେବାୟତମାନେ ପ୍ରଶ୍ନ ଉଠାଇଛନ୍ତି।
ଝଙ୍କଡ଼ବାସିନୀ ମା’ ଶାରଳାଙ୍କ ମନ୍ଦିର ପରିସରରେ ଆଜିଠାରୁ ୧୪୪ ଧାରା ଜାରି
/sambad/media/post_attachments/wp-content/uploads/2021/10/Sarala_Temple_Small.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)