ବିଂଝାରପୁର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବିଂଝାରପୁର ତହସିଲ ପକ୍ଷରୁ କୋଭିଡ୍ କଟକଣା ଜାରି କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଅରେଇ ପଞ୍ଚାୟତ ଶୈବପୀଠ ବାବା ବରୁଣେଶ୍ଵର କ୍ଷେତ୍ର ଓ ସିଂହପୁରସ୍ଥିତ ଦରିଆ ନାହାକାଣୀ ପୀଠରେ ୧୪୪ ଧାରା ଜାରି କରାଯାଇଛି।
/sambad/media/post_attachments/wp-content/uploads/2021/11/e934de60-5f80-4292-ac29-75ccfd175571.jpg)
ଏନେଇ ଆଜି ସଂଧ୍ୟାରେ ତହସିଲ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ନୋଟିସ ଲଗେଇବା ସହ ଡାକବାଜି ଯନ୍ତ୍ର ଦ୍ଵାରା ପ୍ରଚାର କରାଯାଇ ଶ୍ରଦ୍ଧାଳୁମାନଙ୍କୁ ସଚେତନ କରାଯାଇଛି। ଏହି ଖବର ଜଣାପଡ଼ିବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନିରାଶାଭାବ ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/temple.jpg)