ଭଦ୍ରକ/ବନ୍ତ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବସନ୍ତିଆ ପଞ୍ଚାୟତ ଅଧିନ ଆପଣ୍ଡା ଛକ ଓ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସୀମାନ୍ତ ଗ୍ରାମ ଓରାଳିକୁ ନେଇ ଗତ କିଛି ଦିନ ହେଲା ସୀମା ବିବାଦ ଲାଗି ରହିଛି। ବିବାଦ ଯୋଗୁଁ ପୋଡ଼ାଜଳ ଓ ଭଙ୍ଗାରୁଜା ହୋଇଛି। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଡ଼ାଜଳ ପରେ ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ଆଜି ଦିନ ୧୧ଟାରୁ ୧୪୪ ଧାରା ଜାରି ରହିଛି। ଏହା ଆସନ୍ତା ୧୮ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଜାରି ରହିବ।
ସୂଚନାଯୋଗ୍ୟ, ପୂର୍ବରୁ ଏଇ ଛକର ନାମ ଓରାଳି ଛକ କୁହାଯାଉଛି। ମାତ୍ର ଏବେ ଏଇ ଛକରେ ମାପ ହେବା ପରେ ଏହା ଭଦ୍ରକ ଜିଲ୍ଲାର ସୀମା ପରିସରରେ ଆସୁଥିବା ବେଳେ ଆପଣ୍ଡା ମୌଜାରେ ଏଇ ଛକ ରହୁଛି। ତେଣୁ ଆପଣ୍ଡାବାସୀଙ୍କ ଦାବି ହେଉଛି, ଏଇ ଛକର ନାମ ଓରାଳିଛକ, କେନ୍ଦୁଝର ଜିଲ୍ଲା ପରିବର୍ତ୍ତନ କରାଯାଇ ଆପଣ୍ଡା ଛକ, ଜିଲ୍ଲା ଭଦ୍ରକ ଲେଖାଯାଉ।
/sambad/media/post_attachments/wp-content/uploads/2023/04/IMG-20230415-WA0027-e1681651346622.jpg)
ଗତକାଲି ଏଇ ସୀମା ବିବାଦ ଉଗ୍ରରୂପ ନେଇଥିଲା। ଉଭୟ ଓରାଳି ଓ ଆପଣ୍ଡା ଗାଁ ଲୋକଙ୍କ ମଧ୍ୟରେ ପାଟି ତୁଣ୍ଡ ଓ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆପଣ୍ଡା ଛକ, ଭଦ୍ରକ ଜିଲ୍ଲା ଲେଖାଯାଇ ପାରିବ ନାହିଁ ବୋଲି ଓରାଳି ଗ୍ରାମର କିଛି ଲୋକ ଏହାକୁ ତୀବ୍ର ବିରୋଧ କରିବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ମାଡ ପିଟି ଓ ପୋଡ଼ାଜଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ଗାଁର ଲୋକ ମୁହାଁ ମୁହିଁ ହୋଇଥିବା ବେଳେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏଇ ଛକରେ ୨୦ ରୁ ଊର୍ଦ୍ଧ୍ବ ଦୋକାନ ଘର ପୋଡି ପାଉଁଶ ହୋଇଯାଇଥିବା ବେଳେ ୪ ଟି ମଟର ସାଇକଲେ, ଦୁଇଟି କାରରେ ନିଆଁ ଲଗାଇ ଦିଆଯାଇଥିଲା। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଇ ଗଣ୍ଡଗୋଳ, ପୋଡାଜଳା ଚାଲିଥିବା ବେଳେ ଖବର ପାଇଁ ଘଟଣାସ୍ଥଳକୁ ଭଦ୍ରକ ଜିଲ୍ଲାର ବନ୍ତ ପୁଲସ, ଆଗରପଡା ପୁଲିସ, ଭଦ୍ରକ ଏସଡିପିଓ, ବନ୍ତ ତହସିଲଦାର ପ୍ରମୁଖ ପହଞ୍ଚିଥିବା ବେଳେ କେନ୍ଦୁଝର ଜିଲ୍ଲାର ନନ୍ଦୀପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ।
ଏଇ ଅଞ୍ଚଳର ପ୍ରାୟ ୨୦୦ ମିଟର ଦୂରତାରେ କେହି ଏକତ୍ରିତ ହୋଇପାରିବେ ନାହିଁ ବୋଲି ପୁଲିସ ଆଜି ଦିନ ୧୧ ଟା ବେଳେ ଡାକବାଜି ଯନ୍ତ୍ରରେ ଘୋଷଣା କରିଛି। ଗଣ୍ଡଗୋଳ କାରୀଙ୍କୁ ଦେଖିବା ମାତ୍ରେ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଘଟଣାରସ୍ଥଳରେ ବନ୍ତ ତହସିଲଦାର ଅଙ୍କିତା ବାରିକ, ଧାମନଗର ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ବନ୍ତ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ଆଗରପଡା ଥାନା ଅଧିକାରୀ ମୋନାଲିସା କର, ନନ୍ଦିପଦା ଥାନା ଅଧିକାରୀ ଗଗନ ବିହାରୀ ବିଶ୍ବାଳ ପ୍ରମୁଖ ଡେରାପକାଇଛନ୍ତି। ଭଦ୍ରକ ଓ କେନ୍ଦୁଝର ସୀମା ବିବାଦ ଏବେ ଉଗ୍ର ରୂପ ନେଇଥିବା ବେଳେ ଏଇ ଘଟଣା ଉପରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ତୀକ୍ଷ୍ମ ନଜର ରଖିଥିବା ବେଳେ ଭଦ୍ରକ ଜିଲ୍ଲାପାଳ ସଦ୍ଧେଶ୍ବର ବଳିରାମ ବନ୍ଦୋରଙ୍କର ପ୍ରତିକ୍ରିୟା ନେଇଥିଲୁ। ଜିଲ୍ଲାପାଳ ଶ୍ରୀ ବନ୍ଦୋର ନିଜର ପ୍ରତିକ୍ରିୟାରେ କହିଲେ, ଯେ ଉଭୟ ଗାଁ ମଧ୍ୟରେ ହୋଇଥିବା ସୀମା ବିବାଦ ଉପରେ ପ୍ରଶାସନ ଓ ପୁଲିସ ପକ୍ଷରୁ କଡା ନଜର ରଖାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣଙ୍କୁ ଆଣିବା ପାଇଁ ଘଟଣା ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି। ଉଭୟ ପକ୍ଷ ଶାନ୍ତ ପଡିବା ପରେ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବୈଠକ ବସିବ। ବୈଠକ ବସିବା ପରେ ଉଭୟ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଅନୁଯାୟୀ ସୀମା ବିବାଦର ସମାଧାନ କରାଯିବ। ପ୍ରଶାସନ ଯାହା ନିଷ୍ପତ୍ତି ନେବ ଉଭୟ ଗ୍ରାମବାସୀ ତାହା ମାନିବେ। ଶାନ୍ତିପୂର୍ଣ୍ଣ ବାତାବରଣ ଫେରିବା ପରେ ଉଭୟ ଜିଲ୍ଲା ପ୍ରଶାସନର ମିଳିତ ବୈଠକ ହେବ ବୋଲି ଭଦ୍ରକ ଜିଲ୍ଲାପାଳ ସମ୍ବାଦକୁ କହିଛନ୍ତି। ନିଜ ନିଜ ଭିତରେ ଏଭଳି ବିବାଦ ଲାଗିବା ଠିକ୍ ନୁହେଁ। ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ଜୀବନ ବିତାଇବା ପାଇଁ ଭଦ୍ରକ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/IMG-20230415-WA0022.jpg)