ଶ୍ରୀନଗର: ସୁରକ୍ଷା କର୍ମୀଙ୍କ ଜାଲରେ ୩ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସୋପିଅାଁ ଠାରେ ସୁରକ୍ଷା କର୍ମୀମାନଙ୍କ ଜାଲରେ ପଡ଼ିଛନ୍ତି ୩ ଜଣ ଆତଙ୍କବାଦୀ। ଆତଙ୍କବାଦୀ- ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ପରେ ସୁରକ୍ଷା କର୍ମୀମାନଙ୍କୁ ଏହି ସଫଳତା ମିଳିଛି।
ସୋପିଆଁର ବଟମୁରାନ କେଲର ଠାରେ ୪୪ ଆରଆର ଏସଓଜି ଏବଂ ସିଆରପିଏଫ୍‌ର ୧୪ ବାଟାଲୟିନ ସହିତ ଆତଙ୍କବାଦୀମାନଙ୍କର ଗୁଳି ବିନତମୟ ହୋଇଥିଲା। ଗତ ଶନିବାର ଦିନ ସୁରକ୍ଷା କମୀମାନେ ବାରମୁଳା ଜିଲ୍ଲାର ପଟ୍ଟାନ ଠାରେ କେତେକ ଆତଙ୍କବାଦୀ ଛପି ରହିଥିବା ସୂଚନା ପାଇ କର୍ଡନ ଆଣ୍ଡ ସର୍ଚ୍ଚ ଅପରେସନ୍‌( କାସୋ) ଚଳାଇଥିଲେ। ସେହି ସମୟରେ ଏହି ଆତଙ୍କବାଦୀମାନଙ୍କୁ ଧରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର