ବିଜୁ ପଟ୍ଟନାୟକ ବିମାନବନ୍ଦରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: କଶ୍ମୀର ଘଟଣା ପରେ ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ୍‌ କରି ଦିଆଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଫଳରେ ବିମାନବନ୍ଦରରେ ଅଧିକ ସଂଖ୍ୟାରେ ସିଆଇଏସ୍‌ଏଫ ମୁତୟନ କରାଯାଇଛି। ନନ୍‌ ପାର୍କିଂ ଅଞ୍ଚଳରେ ଯେମିତି ପାର୍କିଂ ନହୁଏ, ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି।

ସମ୍ବନ୍ଧିତ ଖବର