କଟକ :  ଆଜି ଅନୁଷ୍ଠିତ ହେବାକୁ ଥିବା ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୋଟବାକ୍ସ ରହିଥିବା ଷ୍ଟ୍ରଙ୍ଗ ରୁମ୍ ଓ ଭୋଟ ଗଣତି ହେବାକୁ ଥିବା ବ୍ଲକ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶୃଙ୍ଖଳିତ ଭୋଟ ଗଣତି ପାଇଁ ସିସିଟିଭି ବ୍ୟବସ୍ଥା କ‌ରାଯାଇଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Advertisment

ସ୍ବାଭିମାନ ଅଞ୍ଚଳ ଭାବେ ପରିଚିତ ମାଲକାନଗିର ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରେ ମଧ୍ୟ ଭୋଟ ଗ୍ରହଣ ହେବ। ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ୨୫୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୧୧୪୮ ମୋବାଇଲ ପାଟ୍ରୋଲିଂ ଗାଡିର ବ୍ୟବସ୍ଥା‌ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ପଞ୍ଚମ ପର୍ଯ୍ୟାୟରେ ୧୩୫୧୪ ବୁଥରେ ମତ ଦାନ ହେବ।