ହୀରାକୁଦ ବନ୍ଧ ସୁରକ୍ଷା..

ଟାଟାକୁ ଅତିରିକ୍ତ ସ୍ପିଲ୍‌ େଓ୍ଵ ନିର୍ମାଣ ଦାୟିତ୍ୱ

ସମ୍ବଲପୁର: ହୀରାକୁଦ ବନ୍ଧ ସୁରକ୍ଷା ନିମନ୍ତେ ପ୍ରସ୍ତାବିତ ଅତିରିକ୍ତ ସ୍ପିଲ୍‌ େଓ୍ଵ ର ନିର୍ମାଣ ଦାୟିତ୍ୱ ଟାଟା କଂପାନିକୁ ମିଳିଛି। କଂପାନିର ଏକ ଶାଖା ଟାଟା ଇନ୍‌ଫ୍ରା ପ୍ରଜୋକ୍ଟ ଲିମିଟେଡ୍‌ ଇରାନର ଏକ ପ୍ରସିଦ୍ଧ କଂପାନି‘ଏଜ୍‌’ ସହିତ ମିଳିତ ଭାବେ ଅତିରିକ୍ତ ସ୍ପିଲ୍‌ େଓ୍ଵ ନିର୍ମାଣ କରିବ। ସ୍ପିଲ୍‌ େଓ୍ଵ ନିର୍ମାଣ ପାଇଁ ୩୭୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏଥିପାଇଁ ହୋଇଥିବା ଟେଣ୍ଡରରେ ଦୁଇଟି ଆବେଦନ ପଡ଼ିଥିଲା। ଜେମନ ଇଣ୍ଡିଆ ଓ ଓମ୍‌ ଇନ୍‌ଫ୍ରା ଓ୍ଵାଲର୍ଡ ପକ୍ଷରୁ ମିଳିତ ଭାବେ ଟେଣ୍ଡର ପଡ଼ିଥିଲା। ତେବେ ଟାଟା ଇନ୍‌ଫ୍ରା ପ୍ରଜୋକ୍ଟ ଲିମିଟେଡ୍‌ ଓ ‘ଏଜ୍‌’ ପକ୍ଷରୁ ପଡ଼ିଥିବା ଟେଣ୍ଡର ଦର ଅନ୍ୟଠାରୁ କମ୍‌ ରହିଥିଲା। ଏହି ଦୁଇ କଂପାନି ୩୬୦ କୋଟି ଟଙ୍କା ଅର୍ଥାତ ସରକାରଙ୍କ ଧାର୍ଯ୍ୟ ଦରଠାରୁ ୧୭ କୋଟି ଟଙ୍କା କମ୍‌ ଦରରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେଣୁ ଏହି ଦୁଇ କଂପାନିକୁ ନିର୍ମାଣ ଦାୟିତ୍ୱ ଦେବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି। ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାକୁ ମଂଜୁରି ମିଳିଛି। ଏବେ କମିଟି ରାଜ୍ୟ ସରକାରଙ୍କ ଅନୁମୋଦନ ଲୋଡ଼ିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହା କେନ୍ଦ୍ରୀୟ ଜଳ ଆୟୋଗ ଓ ବିଶ୍ୱ ବ୍ୟାଙ୍କକୁ ପ୍ରେରଣ କରାଯିିବ। ଏସବୁ ସଂସ୍ଥାର ଅନୁମୋଦନ ମିଳିିଯିବା ପରେ ନିର୍ମାଣ ପାଇଁ ଚୁକ୍ତି ହେବ ବୋଲି ଜଣାପଡ଼ିଛି। ୩୦ ମାସର ଅବଧି ମଧ୍ୟରେ କାମ ଶେଷ କରିବାକୁ ଚୁକ୍ତି କରାଯିବ। ତେବେ ୩ଟି ପର୍ଯ୍ୟାୟରୁ ଅନୁମୋଦନ ମିଳିବାକୁ ପାଖାପାଖି ୩ ମାସ ସମୟ ଲାଗିଯିବ ବୋଲି ହୀରାକୁଦ ବନ୍ଧ ମଣ୍ଡଳର ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ପଣ୍ଡା କହିଛନ୍ତି। ୩୬୦ କୋଟି ଟଙ୍କା ମଧ୍ୟରେ ଅତିରିକ୍ତ ସ୍ପିଲ୍‌େଓ୍ଵ, ଗେଟ୍‌, ଇଲେକ୍ଟି୍ରକାଲ୍‌ ଆଦି ସବୁ ପ୍ରକାର କାମ ଏଥିରେ ସାମିଲ ରହିିଥିବା କୁହାଯାଇଛି।

ହୀରାକୁଦ ବନ୍ଧରୁ ଜଳ ନିଷ୍କାସନ ପାଇଁ ୬୪ଟି ସ୍ଲୁଇସ୍‌ ଗେଟ୍‌ ଓ ୩୪ଟି କ୍ରିଷ୍ଟ ଗେଟ୍‌ ରହିଛି। ତେବେ ହୀରାକୁଦ ବନ୍ଧର ସୁରକ୍ଷା ଦୃଷ୍ଟିକୋଣରୁ ବିଶ୍ୱବ୍ୟାଙ୍କ ସହାୟତାରେ କେନ୍ଦ୍ର ଜଳ ଆୟୋଗ ଜରିଆରେ ବନ୍ୟା ଜଳ ନିଷ୍କାସନ ପାଇଁ ଅତିରିକ୍ତ ସ୍ପିଲ୍‌ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱବ୍ୟାଙ୍କ ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦୦ କୋଟି ଟଙ୍କା ମଂଜୁର କରିଛି। ପ୍ରକଳ୍ପ ଦ୍ୱାରା ହୀରାକୁଦ ବନ୍ଧ ତଳେ ଜଳ ସଂପଦ ବିଭାଗର ଜମିରେ ଘର କରି ରହୁଥିବା ଗାନ୍ଧୀନଗର, ଫାଷ୍ଟ ଗେପ୍‌, ଲକ୍ଷ୍ମୀ ନଗର, ଗୁଜାତଳ, କେଉଁଟପଡ଼ା, କେବୁଲ କଲୋନି ଆଦି ପଡ଼ାର ୭୧୬ ପରିବାର ପ୍ରଭାବିତ ହେବେ। ଏଥିପାଇଁ ହୀରାକୁଦ ବନ୍ଧ କର୍ତୃପକ୍ଷ ଓସିସି ଜରିଆରେ ସିଏମ୍‌ସି ସଂସ୍ଥା ପକ୍ଷରୁ ସାମାଜିକ ସର୍ବେକ୍ଷଣ କରାଇଛି। ଗତ ୨୬ ସେପ୍‌ଟେମ୍ବର ହୀରାକୁଦରେ ଅନୁଷ୍ଠିତ ଜନଶୁଣାଣିରେ ବିସ୍ଥାପିତ ପରିବାରକୁ ଚିପିଲିମା, ବସନ୍ତପୁର, ଲରବଂଗା, ସୋନବନ୍ଦ-ସୋଲପାଲି ଆଦି ଗାଁ ନିକଟରେ ଗୃହ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର