ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭିଏସଏସ ମାର୍ଗରେ ଥିବା ଅଳଙ୍କାର ଜୁଏଲର୍ସରର ଜଣେ ସୁରକ୍ଷା କର୍ମୀଙ୍କୁ ଦୁର୍ବୃତ୍ତ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହୋଇଥିବା ସୁରକ୍ଷାକର୍ମୀ ହେଲେ ମଠପାଲିର କ୍ଷୀରୋଦ ବେହେରା (୩୮)। ତାଙ୍କ ଅଭିଯୋଗ ମୁତାବକ ରାତି ପ୍ରାୟ ୩ ଟା ୩୫ ବେଳକୁ ତାଙ୍କ ଆଖି ଲାଗିଯାଇଥିଲା। ସେହି ସମୟରେ ଦୁର୍ବୃତ୍ତ ଜଣକ ତାଙ୍କ ବେକରେ ଚୋଟ ମାରି ଫେରାର ହୋଇଯାଇଥିଲା। ସୌଭାଗ୍ୟ ବଶତଃ ତାହା ତାଙ୍କ ବେକରେ ନବାଜି ଗାଲରେ ବାଜିଛି ବୋଲି କହିଛନ୍ତି। ଏନେଇ ଆଜି ଧନୁପାଲି ଥାନାକୁ ଯାଇ ଅଭିଯୋଗ କରିଛନ୍ତି ।
ଅଳଙ୍କାର ଦୋକାନ ସୁରକ୍ଷାକର୍ମୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ, ସିସିଟିଭିରେ ଫୁଟେଜ କଏଦ
/sambad/media/post_attachments/wp-content/uploads/2022/05/23a1e953-3120-46ae-ae7a-0e2fb7c6fbc5.jpg)