ସୁନ୍ଦରଗଡ : ଭାରତ ଗ୍ୟାସ୍‌ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ରାଉରକେଲା/ସୁନ୍ଦରଗଡ: ସୁନ୍ଦରଗଡ ବାଇପାସ୍‌ ରୋଡରେ ଥିବା ଭାରରତଗ୍ୟାସର ଜଣେ ସିକ୍ୟୁରିଟି ଗାର୍ଡକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ସିକ୍ୟୁରିଟି ଗାର୍ଡ ଜଣକ ହେଲେ ସୁନ୍ଦରଗଡ ‌ଭୋଜପୁରର ସୁଦାମ ତନ୍ତୀ (୫୫)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୁନ୍ଦରଗଡ ଟାଉନପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ପ୍ରତିଦିନ ପରି ଗତକାଲି ସୁଦାମ ଡ୍ୟୁଟିରେ ଯ‌ୋଗ ଦେଇଥିଲେ। ଗତକାଲି ରାତିରେ ଗ୍ୟାସ୍‌ ଅଫିସ୍‌ ନିକଟ ସିକ୍ୟୁରିଟି ରୁମ୍‌ରେ ଶୋଇଥିଲେ। କେହି ଦୁର୍ବୃତ୍ତ ତାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ। ଦିନରେ ଗ୍ୟାସ୍‌ ଅଫିସ ବନ୍ଦ ଥିବାରୁ ହତ୍ୟା ଘଟଣା ସଂକ୍ରାନ୍ତରେ କେହି ଜାଣି ପାରି ନଥିଲେ। ସଂଧ୍ୟାରେ ଅଫିସ୍‌କୁ ଯାଇଥିବା ଜଣେ ଯୁବକ ସିକ୍ୟୁରିଟି ରୁମ୍‌ରେ ସୁଦାମଙ୍କ ରକ୍ତାକ୍ତ ଶବ ଦେଖି ଟାଉନ୍ ଥାନାକୁ ସୂଚନା ଦେଇଥିଲେ। ପାରିପାର୍ଶ୍ବିକ ସ୍ଥିତି ସ୍ଥାନୀୟ ଲୋକଙ୍କ ବୟାନ ଆଧାରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର