ସୁରକ୍ଷାକର୍ମୀଙ୍କ ଆକସ୍ମିକ ବିୟୋଗ

ଅନାହାରରେ ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ!

Image Courtesy of India Today

ଲଖନପୁର : ଲଖନପୁର ଖଣି ଅଞ୍ଚଳରେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି। ମୃତକ ଶିବ ଦର୍ଶନ ରାୟ (୫୩)। ତାଙ୍କ ଘର ବିହାର ରାଜ୍ୟ ଭୋଜପୁର ଜିଲ୍ଲାରେ। ସେ ମା’ ତାରିଣୀ ସିକ୍ୟୁରିଟି ସଂସ୍ଥା ଅଧୀନରେ ଲଖନପୁର ଖଣି ଅଞ୍ଚଳରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲେ। ବୁଧବାର ସେ କାର୍ଯ୍ୟସ୍ଥଳରେ ଥିବା ସମୟରେ ଆକସ୍ମିକ ଅସୁସ୍ଥ ହୋଇ ପଡ଼ିଥିଲେ। ବ୍ରଜରାଜନଗର ବୁନ୍ଦିଆ କଲୋନିର ପ୍ରଶାନ୍ତ ପ୍ରଧାନ, ଆଲୋକ ସାହୁ ପ୍ରମୁଖ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଅବସ୍ଥାରେ ଉଦ୍ଧାର କରି ଟିଆର୍‌ଏଲ୍‌ ଘରୋଇ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ସହକର୍ମୀମାନେ ଶବ ରଖି ଧାରଣାରେ ବସିଥିଲେ। ମା’ ତାରିଣୀ ସିକ୍ୟୁରିଟି ସଂସ୍ଥାରେ ମ୍ୟାନେଜର ଦିଲ୍ଲୀପ ନାହକ ଘଟଣାସ୍ଥଳରେ ପହଞ୍ଚି ୧ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଶବ ପଞ୍ଚନାମା ପରେ ଗୁରୁବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ବନହରପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବନହରପାଲି ଆଇଆଇସି ଆନ୍ନା ମିଞ୍ଜ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe