କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ କଟକ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି; ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ

କଟକ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ କଟକ ଗସ୍ତକୁ ଦୃଷ୍ଟିରେ ରଖି କଟକ କମିସନରେଟ୍ ପୁଲିସ ପକ୍ଷରୁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏଥିରେ ୪ଜଣ ଅତିରିକ୍ତ ଡିସିପି ଥିବାବେଳେ ୩୦ ଜଣ ଡିଏସ୍‌ପି, ୭୦ ଜଣ ଇନସ୍‌ପେକ୍ଟର୍‌, ଏସ୍‌ଆଇ ଓ ଏଏସ୍‌ଆଇ ୧୩୦ ମୁତୟନ ହେବେ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ବିମାନବନ୍ଦରରୁ ସୋମବାର ଦିନ ପ୍ରାୟ ୧୦ଟା ୩୦ରେ ଅମିତ ଶାହଙ୍କ କାରକେଡ୍ କଟକ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି। ଜାତୀୟ ରାଜପଥରେ ଲିଙ୍କରୋଡ୍‌ ଦେଇ ବାଦାମବାଡ଼ି ରାସ୍ତାରେ ଦୋଳମୁଣ୍ଡାଇ-ସେମିନାରି ଛକ-ଜେଲ୍ ରୋଡ୍‌ ଦେଇ ଦିନ ପ୍ରାୟ ୧୧ଟା ୪୦ରେ ସେ ନେତାଜୀ ଜନ୍ମସ୍ଥାନରେ ପହଞ୍ଚିବେ। ସେଠାରୁ ବକ୍ସିବଜାର-ଚଣ୍ଡୀଛକ-ବାରବାଟୀ ଷ୍ଟାଡିୟମ୍ ଦେଇ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ୧୨ଟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଦିନ ପ୍ରାୟ ଗୋଟାଏ ବେଳେ କାର୍ଯ୍ୟକ୍ରମ ଶେଷ କରି ଭୁବନେଶ୍ବର ଅଭିମୁଖେ ଅମିତ ଶାହଙ୍କ କାରକେଡ୍ ଫେରିଯିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର