ନୂଆବର୍ଷ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି: ପୁଲିସ ଡିଜି

କଟକ : ପୁରୀ ସହରରେ ନୂଆବର୍ଷର ପାଳନ ଅବସର‌ରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଥିବାରୁ ତଥା ବିଭିନ୍ନ ର˚ଗାର˚ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ପୁରୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ରେକର୍ଡସଂଖ୍ୟକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଏଭଳି ବ୍ୟବସ୍ଥା କରାଯାଇଛି। ସମଗ୍ର ରାଜ୍ୟରୁ ପୁରୀ ସହରକୁ ପୁଲିସ ଅଫିସରଙ୍କୁ ସ୍ବତନ୍ତ୍ର ଭାବେ ପଠାଯାଇଛି। ପୁରୀରେ ଟ୍ରାଫିକ୍‌ ଆଡଭାଇଜରି ସମୟକ୍ରମେ ପରିବର୍ତ୍ତନ କରାଯିବ ବୋଲି ପୁଲିସ ମୁଖ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପୁଲିସ ଡିଜି ଶ୍ରୀ ଅଭୟ ଏହି ସୂଚନା ଦେଇଛନ୍ତି।

ପୁଲିସ ଡିଜି ଭାବେ ଶ୍ରୀ ଅଭୟ ଯୋଗଦେବା ପରେ ଆଜି ଦ୍ବିତୀୟ ଥର ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ଅବସରରେ ସେ କହିଛନ୍ତି ଯେ, ପୁରୀ ବାଦ୍‌ ଭୁବନେଶ୍ବର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ବରରେ ବି ବଡ଼ଧରଣର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୧ ଡିସେମ୍ବର ଓ ଜାନୁଆରି ୧ ତାରିଖ ରାତିରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବ। ୨୦୧୯ରେ ଓଡ଼ିଶା ପୁଲିସର ସହଯୋଗ କରିଥିବାରୁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ବର୍ଷରେ ଉକ୍ତ ସହଯୋଗ ବଢ଼ାଇବାକୁ ସେ ଅନୁରୋଧ କରିଛନ୍ତି। ରାଜ୍ୟର ସମସ୍ତ ପୁଲିସ କର୍ମଚାରୀ ନିଷ୍ଠାର ସହିତ କାମ କରିଥିବାରୁ ସେ ଅଭିନନ୍ଦନ ଜଣାଇଥିଲେ। ୨୦୨୦ରେ ଅଧିକ ଲୋକାଭିମୁଖୀ ଓ ମହିଳାଙ୍କ ଅଧିକ ଆସ୍ଥାଭାଜନ ହେବା କ୍ଷେତ୍ରରେ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ନୂଆବର୍ଷରେ ଓଡ଼ିଶା ପୁଲିସ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ପୁଲିସ ଡିଜି ଗୁରୁତ୍ବାରୋପ କରିଥିଲେ। ରାଜ୍ୟ ସରକାରଙ୍କ ୫ଟି ଓ ‘ମୋ ସରକାର ଯୋଜନାକୁ ୨୦୨୦ ବର୍ଷରେ ସଫଳ କରିବାକୁ ପ୍ରତିବଦ୍ଧ ଥିବା ଶ୍ରୀ ଅଭୟ ଏହି ଅବସରରେ କହିଛନ୍ତି।

ସମ୍ବନ୍ଧିତ ଖବର