କୋରାପୁଟ: ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌ ସ୍ବତନ୍ତ୍ର ଅପରେସନ୍‌)ର ଆଇଜି କୌଳାଶ ଚନ୍ଦ୍ର ଜାଠ୍‌ ମାଲକାନଗିରି ଓ କୋରାପୁଟକୁ ଦୁଇଦିନିଆ ଗସ୍ତ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

Advertisment

publive-image

ଗତ ୧୮ ତାରିଖ ଦିନ ପ୍ରଥମ ଦିନର ଗସ୍ତ କାଳରେ ଆଇଜି ଶ୍ରୀ ଜାଠ୍‌ ବେଜାଙ୍ଗିୱାଡା ସଂରକ୍ଷିତ ଜଙ୍ଗଲ ଓ ଗୋମ୍ଫାକୋଣ୍ଡା ସଂରକ୍ଷିତ ଜଙ୍ଗଲ ବୁଲିଥିଲେ। ସେ ବୋଡିଗେଟ୍ଟା, ଏମ୍‌ଭି-୭୨ ଓ ଏମ୍‌ଭି-୭୯ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପ ପରିଦର୍ଶନ କରିଥିଲେ। ଗସ୍ତର ଦ୍ବିତୀୟ ଦିନରେ ସ୍ବାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏହି ଗସ୍ତ କାଳରେ ସେ ଦୁର୍ଗମ ଅଞ୍ଚଳରେ ଥିବା ଜାନବାଇ, ବଡ଼ପଡ଼ା, ଜନ୍ତାପାଇ, ଯୋଡ଼ାମ୍ବ ଓ ହନ୍ତାଳଗୁଡ଼ା ପରିଦର୍ଶନ କରିଥିଲେ। ସେ ସୁରକ୍ଷାକର୍ମୀଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ଉପରେ ଅବଗତ ହେବା ସହିତ ଯବାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଶଂସା କରିଥିଲେ।

publive-image

ବିଏସ୍ଏଫ୍‌ ଆଇଜି ଶ୍ରୀ ଜାଠ୍‌ଙ୍କ ଏହି ଗସ୍ତ ଓ ସମୀକ୍ଷା ବେଳେ ଡିଆଇଜି (ଅପରେସନ୍‌) ଧୀରେନ୍ଦ୍ର କୁମାର, ଡିଆଇଜି (ଗୁଇନ୍ଦା) ସଂଜୀବ କୁମାର, ମାଲକାନଗିରି ଡିଆଇଜି ଶୈଳେନ୍ଦ୍ର କୁମାର ସ୍ନିହା ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୨୦୧୦ରେ ଓଡ଼ିଶାରେ ବିଏସ୍‌ଏଫ୍‌ ଯବାନ ମୁତନୟ ହେଲା ପରେ ସୁରକ୍ଷାବାହିନୀର ଯବାନମାନେ ମାଓବାଦୀମାନଙ୍କର ରଣନୀତିକୁ ବିଫଳ କରିପାରୁଛନ୍ତି। କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଲୋକମାନେ ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହୁଛନ୍ତି।