ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଦ୍ବାରା ଦୁଇଟି ବଡ଼ ହିଂସାକାଣ୍ଡ ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଜିଲ୍ଲାରେ ସମୁଦାୟ ୬୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ରାଜ୍ୟର ବିଭିନ୍ନ ଥାନାରୁ ୫ଶହରୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ଜିଲ୍ଲାରେ ସମୁଦାୟ ୬୫୯ଟି ବୁଥ୍ ରହିଛି। ସେଥିମଧ୍ୟରୁ ୨୦୭ଟି ସମ୍ବେଦନଶୀଳ ଓ ୫୦ଟି ଅତି ସମ୍ବେଦନଶୀଳ ବୁଥ୍। ଏସବୁ ବୁଥରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି ଏବଂ ପୁଲିସ ଫୋର୍ସକୁ ସଜାଗ କରି ରଖାଯାଇଛି। ବିଶେଷକରି, ମାଓ ଇଲାକାରେ ଦିନ ରାତି ପୁଲିସ ପକ୍ଷରୁ କଡ଼ା ପଇଁତରା ମରାଯାଉଥିବା ସହ ଗାଡି ମୋଟର ଯାଞ୍ଚ କରାଯାଉଛି। ଏହାସହ ଅଜଣା ଓ ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଛି ବୋଲି ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/plbapl17-police-force.jpg)