ବିମାନ ଅପହରଣ ନେଇ ସତର୍କ ସୂଚନା ମିଳିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର : ବିମାନ ଅପହରଣ ନେଇ ସତର୍କ ସୂଚନା ମିଳିବା ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁମ୍ବାଇସ୍ଥିତ ଏୟାରପୋର୍ଟ ଅପରେସନ୍ କଂଟ୍ରୋଲ ସେଂଟରରୁ ଇଣ୍ଡିଆନ୍ ଏୟାରଲାଇନ୍ସ ବିମାନ ଅପହରଣ ନେଇ ସତର୍କ ସୂଚନା ଜାରି କରାଯାଇଛି । ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ତାନ ନେବାକୁ ଧମକ ମିଳିବା ପରେ ଦେଶର ସବୁ ବିମାନ ବନ୍ଦରକୁ ସତର୍କ ସୂଚନା ଜାରି କରାଯାଇଥିଲା ।

ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ପ୍ରବେଶ ପଥରେ କଡା ଚେକିଂ କରାଯାଉଛି । କାର ବୋମା ବିସ୍ପୋରଣ ଆଶଙ୍କାରେ ଗାଡି ପାର୍କିଂ ଏରିଆରେ ବି ଯାଂଚ୍ କରାଯାଉଛି । ବିମାନ ବନ୍ଦର ମୁଖ୍ୟ ଗେଟରେ ଯାତ୍ରୀ, କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ସତର୍କ ନଜର ରଖାଯାଇଛି । ସେହିପରି ଯାତ୍ରୀଙ୍କ ଜିନିଷ ପତ୍ର ଏବଂ କାର୍ଗୋ ଟର୍ମିନାଲରେ ବି ସୁରକ୍ଷା ବଢାଇ ଦିଆଯାଇଛି । ବିମାନ ବନ୍ଦରର ପ୍ରତ୍ୟକ ସ୍ଥାନକୁ ସିସିଟିଭି ଦ୍ୱାରା ନଜର ରଖାଯାଇଛି । ପ୍ରବେଶ ପଥରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର