ପୁରୀ : ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଡିଜି ସତ୍ୟଜିତ ମହାନ୍ତିଙ୍କୁ ରଥଯାତ୍ରା ଶୃଙ୍ଖଳା ଦାୟିତ୍ଵ ଦିଆଯାଇଛି। ନବଯୌବନ ଦର୍ଶନରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏଡିଜି ଶ୍ରୀ ମହାନ୍ତି ରଥଯାତ୍ରା ଶୃଙ୍ଖଳାର ପ୍ରତ୍ୟକ୍ଷ ତଦାରଖ କରିବେ। ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଆଇଜି ସଂଜୀବ ପଣ୍ଡାଙ୍କ ତତ୍ତ୍ଵାବଧାନରେ ସମସ୍ତ ବ୍ୟବସ୍ଥା ନିୟନ୍ତ୍ରିତ ହେବ। ଶ୍ରୀ ପଣ୍ଡାଙ୍କୁ ଟ୍ରାଫିକ ଓ ପ୍ରିୟଦର୍ଶୀଙ୍କୁ ମନ୍ଦିର ଭିତର ଭିଡ ନିୟନ୍ତ୍ରଣ ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୧୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏସ୍ପି ଓ କମାଣ୍ଡାଣ୍ଟ୍ ପାହ୍ୟାର ୧୨ ଜଣ, ଅତିରିକ୍ତ ଏସ୍ପି ଓ ଡେପୁଟି କମାଣ୍ଡାଣ୍ଟ୍ ପାହ୍ୟାର ୧୪ ଜଣ, ଡିଏସ୍ପି ଓ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ପାହ୍ୟାର ୬୦ ଜଣ, ଇନ୍ସପେକ୍ଟର ଓ ସୁବେଦାର ୭୦, ଏସ୍ଆଇ, ଏଏସ୍ଆଇ ୬୫୦, ହାବିଲଦାର ୬୫, କନେଷ୍ଟବଳ ୩୮୫, ଟ୍ରାଫିକ ହାବିଲଦାର ୨୫, ଟ୍ରାଫିକ କନେଷ୍ଟବଳ ୬୦ ଓ ୨୦୦୦ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ। ଏହାଛଡା ଓଡ଼ିଶା ସୁଇପ୍ ଆକ୍ସନର ୩ କଂପାନି, ୨ ୟୁନିଟ୍ ଏସ୍ଓଜି ଓ ୧୫୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏହି ବନ୍ଦୋବସ୍ତ କରାଯାଇଛି।
କଡ଼ା ସୁରକ୍ଷା ବଳୟରେ ପୁରୀ : ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଦୁଇ ଆଇଜି ଓ ୧୨ ଏସ୍ପି
/sambad/media/post_attachments/wp-content/uploads/2018/07/puri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)