ସମ୍ବଲପୁର: ଭିକ୍ଷୁକ ମାନଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର କ୍ଲିନିକ୍ ଆରମ୍ଭ କରିଛନ୍ତି ଡା. ଶଂକର ରାମଚନ୍ଦାନୀ। ପୂର୍ବରୁ ସେ ଟଙ୍କିକିଆ କ୍ଲିନିକ୍ ଚଳାଉଥିଲେ ବି ଅନେକ ସମୟରେ ଭିକାରୀ ମାନେ ସେହି ଭିତରକୁ ଯିବାକୁ ସଂକୋଚ ବୋଧ କରୁଥିଲେ। ତେଣୁ ମାସକୁ ଦିନେ ବୁର୍ଲାରେ ଓ ଦିନେ ପଦ୍ମପୁରରେ ସ୍ବତନ୍ତ୍ରଭାବେ ଭିକ୍ଷୁକ ମାନଙ୍କ ଚିକିତ୍ସା କରିବେ ବୋଲି ଡା. ରାମଚନ୍ଦାନୀ ଘୋଷଣା କରିଛନ୍ତି।
/sambad/media/post_attachments/wp-content/uploads/2022/05/11-12.jpg)
ବୁଧବାର ସେ ପ୍ରଥମେ ଜଣେ ମହିଳା ଭିକ୍ଷୁକଙ୍କ ଚିକିତ୍ସା କରି ଏହି କ୍ଲିନିକ୍ ଆରମ୍ଭ କରିଥିଲେ। ଏହାପରେ ତାଙ୍କୁ ନିଜ କାର୍ରେ ନେଇ ତାଙ୍କ ଘରେ ଛାଡ଼ିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Dr.-Ramchandani_Thumbnail.jpg)
