ଭାଇର ମୃତଦେହ ଦେଖି ଭଉଣୀ ମୃତ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ଯାଜପୁରସଦର: ଭାଇର ମୃତ୍ୟୁ ହେବା ପରେ ଦୁଃଖରେ ମ୍ରିୟମାଣ ଭଉଣୀ ଆଖିବୁଜିବା ଘଟଣା ଅବଦଲପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଭାଇର ଚିତା ଲିଭିବା ପୂର୍ବରୁ ପୁଣି ଭଉଣୀର ଚିତା ଲାଗିଛି।
ଯାଜପୁର ବ୍ଲକ ବିଚିତ୍ରପୁର ପଞ୍ଚାୟତ ୧୫ ନଂ ଓ୍ବ‍ାର୍ଡ ଅବଦଲପୁର ଗ୍ରାମର ପର୍ଶୁରାମ ନାୟକ(୫୨) ଗତକାଲି ରାତିରେ ଅସୁସ୍ଥ ହୋଇପଡ଼ିଥିଲେ।

ପରିବାର ଲୋକ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ଖବର ପାଇ ଭାଇର ଶେଷଦର୍ଶନ କରିବାକୁ ପାଖ ଗାଁରେ ବିବାହ କରିଥିବା ଉଉଣୀ ମଞ୍ଜୁଲତା ପରିଡ଼ା (୫୯) ବାପଘରେ ପହଞ୍ଚିଥିଲେ। ଭାଇର ଶେଷଦର୍ଶନ କରିବା ଭିତରେ ମଞ୍ଜୁଲତା ହୃଦ୍‌ଘାତର ଶିକାର ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe