ଚିକିତ୍ସାଧୀନ ସମାଜସେବୀଙ୍କ ପାଇଁ ଆର୍ଥିକ ସହଯୋଗ ଲୋଡ଼ା

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ଅଞ୍ଚଳର ଜଣେ ସମାଜସେବୀ ଭାବେ ଜଣାଶୁଣା ସଂଗ୍ରାମ ନାୟକ ଓରଫ୍‌ ଧୁନ ଏବେ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଗତ ମାସ ୧୬ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ହେବା ପରେ ଭୁବନେଶ୍ବର ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ମୁଣ୍ଡ‌ରେ ଗଭୀର ଆଘାତ ଲାଗିଥିବାରୁ ଏବେ ବି ସେ ସଂଜ୍ଞାହୀନ ଅବସ୍ଥାରେ ଆଇସିୟୁରେ ଅଛନ୍ତି। ତାଙ୍କ ଚିକିତ୍ସା ପାଇଁ ପାଖାପାଖି ୨୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଛନ୍ତି। କିନ୍ତୁ ଗରିବ ଧୁନଙ୍କ ବାପା ଏତେଗୁଡ଼ାଏ ଟଙ୍କା ଯୋଗାଡ଼ କରିବା ଅବସ୍ଥାରେ ନାହାନ୍ତି। ନିକଟରେ ସେ ନିଜେ କ୍ୟାନ୍‌ସର ରୋଗରୁ ସୁସ୍ଥ ହୋଇଥିବା ବେଳେ ସେଥିପାଇଁ ବହୁ ଅର୍ଥ ଖର୍ଚ୍ଚ କରିସାରିଛନ୍ତି। ତେଣୁ ପୁଅ ପାଇଁ ଟଙ୍କା ଯୋଗାଡ଼ କରିବାର ସମ୍ବଳ ଆଉ ତାଙ୍କ ପାଖରେ ନାହିଁ। ତେଣୁ ସେ ଅନ୍ୟର ସହଯୋଗ ଲୋଡ଼ିଛନ୍ତି।

କୌଣସି ସହୃଦୟ ବ୍ୟକ୍ତିବି‌ଶେଷ ଓ ଅନୁଷ୍ଠାନ ତାଙ୍କର ଏଭଳି ଅସମୟରେ ସହଯୋଗର ହାତ ବଢ଼ାଇଲେ, ତାଙ୍କ ପୁଅ ବଞ୍ଚି ପାରନ୍ତା ବୋଲି ସେ ପ୍ରାର୍ଥନା କରିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ରଘୁନାଥ ନାୟକ, କାନାରା ବ୍ୟାଙ୍କ ଆକାଉଣ୍ଟ ନଂ. 6293101000859, ଆଇଏଫଏସସି : CNRB0006293ରେ ଆର୍ଥିକ ସହାୟତା ପଠାଇ ପାରିବେ। କିମ୍ବା ମୋବାଇଲ୍‌ ଫୋନ୍‌ ନମ୍ବର 7873021460‌ରେ ଗୁଗୁଲ୍‌ ପେ’ ଓ ଫୋନ୍‌ ପେ’ ବ୍ୟବସ୍ଥା ଥିବାରୁ ଏହା ଦ୍ବାରା ସହଯୋଗ କରିପାରିବେ ବୋଲି ତାଙ୍କ ବାପା ରଘୁନାଥ ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର