ମଗାଗଲା ଏନ୍‌ଏସ୍‌ଏସ୍‌ କାର୍ଯ୍ୟାବଳୀ ତଥ୍ୟ

ଭୁବନେଶ୍ବର : ୨୦୨୧ ଏପ୍ରିଲରୁ ୨୦୨୨ ଫେବ୍ରୁଆରି ମାଧ୍ୟରେ ଏନ୍‌ଏସ୍‌ଏସ୍‌ ୟୁନିଟ୍‌ଗୁଡ଼ିକ କିଭଳି କାର୍ଯ୍ୟ କରିଛନ୍ତି ସେନେଇ ତଥ୍ୟ ମାଗିଛି ଉଚ୍ଚଶିକ୍ଷା ବିଭାଗ। ବିଭାଗୀୟ ଡେପୁଟି ସଚିବ ରମେଶ ଚନ୍ଦ୍ର ବେହେରା ଆଜି ସମସ୍ତ ଜିଲ୍ଲା ପୋଗ୍ରାମ ଅଫିସର(ଡିପିଓ)ଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ କୋଭିଡ୍‌-୧୯ ସମୟରେ ସେବା, ବୃକ୍ଷରୋପଣ, ରକ୍ତଦାନ ଶିବିର, ତମାଖୁ ମୁକ୍ତ ଅଭିଯାନ ସମେତ ଅନ୍ୟ କେଉଁ ସବୁ କାର୍ଯ୍ୟକ୍ରମ କରାଯାଇଛି ସେନେଇ ତଥ୍ୟ ପ୍ରଦାନ କର। କାର୍ଯ୍ୟକ୍ରମର କିଛି ଫଟୋଗ୍ରାଫ୍‌ ‌ଦାଖଲ କରିଲେ ଭଲ ହେବ। ଉତ୍କଳ ସମେତ ସମ୍ବଲପୁର, ବ୍ରହ୍ମପୁର, ଫକୀର ମୋହନ, କଳାହାଣ୍ଡି, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ଏମ୍‌ଏସ୍‌ସିବ୍ୟୁୟୁ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ଏନ୍‌ଏସ୍‌ଏସ୍‌ ୟୁନିଟ୍‌ଗୁଡ଼ିକ ତଥ୍ୟ ଦେବାକୁ କୁହାଯାଇଛି। କୌଣସି ୟୁନିଟାରି କିମ୍ବା ବୈଷୟିକ ବିଶ୍ବବିଦ୍ୟାଳୟର ତଥ୍ୟ ନ ଦେବାକୁ ଡିପିଓମାନଙ୍କୁ କୁହାଯାଇଛି। ଫେବ୍ରୁଆରି ୨୮ ସୁଦ୍ଧା ପିଡିଏଫ୍‌ ଫର୍ମାଟରେ ତଥ୍ୟ ପହଞ୍ଚିବା ଆବଶ୍ୟକ ବୋଲି ଶ୍ରୀ ବେହେରା ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର