ଭୁବନେଶ୍ବର : ନିର୍ବାଚନକୁ ସ୍ବଚ୍ଛ ଓ ଅବାଧରେ ପରିଚାଳନା କରିବା ତଥା ଏହି ପ୍ରକ୍ରିୟାରେ ଟଙ୍କାବଣ୍ଟା ଭଳି ଅନୈତିକ କାରବାର ରୋକିବାକୁ ଫ୍ଲାଇଂ ସ୍କ୍ବାଡ୍ ଓ ପୁଲିସ୍ ସକ୍ରିୟ ରହିଛି। ଏହି କ୍ରମରେ ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଟଙ୍କା ଜବତ ହେଉଛି। ଆଜି ସୁଦ୍ଧା ଏହି ପରିମାଣ ୩ କୋଟି ୭୫ ଲକ୍ଷ ୨୧ ହଜାର ୩୮୦ ଟଙ୍କାକୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଆଜି ଏ ନେଇ ସୂଚନା ଦେଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କାର୍ଯ୍ୟାଳୟ। ଏହି ସୂଚନାନୁସାରେ ବର୍ତମାନ ସୁଦ୍ଧା ୧୪,୩୨୭ଟି ଗିରଫ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋଡ ୧୦୭/୧୧୬ ଧାରା ଅନୁଯାୟୀ ୬୫,୦୫୬ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ପ୍ରାୟ ୫୫୧୯ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜିଲ୍ଲା ପ୍ରଶାସନ ନିକଟରେ ଜମା ହୋଇଛି। ଲାଇସେନ୍ସ ନଥିବା ୨୫୦ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହୋଇଛି ୧୪୬୫.୫୮୪ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ। ଉଭୟ ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ୧୫୮୩୪୫.୧୧୩ ବଲ୍କ ଲିଟର ମଦ ଜବତ କରିଛନ୍ତିି। ଏସବୁ ମଦର ଆନୁମାନିକ ମୂଲ୍ୟ ୪ କୋଟି ୧୧ ଲକ୍ଷ ୯୦ ହଜାର ୪୫୧ ଟଙ୍କା। ଏହାବ୍ୟତୀତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ୫୯ ଲକ୍ଷ ୪୫ ହଜାର ୯୧୮ଟି ଏବଂ ଘରୋଇ ମାଲିକାନାରେ ଥିବା ସ୍ଥାନରେ ବେଆଇନ ଭାବେ ଲାଗିଥିବା ୪ ଲକ୍ଷ ୪୦ ହଜାର ୬୭୮ଟି ହୋର୍ଡିଂ ଓ ପୋଷ୍ଟର ଆଦିକୁ ହଟାଯାଇଥିବା ସିଇଓ କାର୍ଯ୍ୟାଳୟ ସୂଚନାରୁ ଜଣାଯାଇଛି।
ନଗଦ ଟଙ୍କା ଜବତ ପରିମାଣ ୩.୭୫ କୋଟିକୁ ବୃଦ୍ଧି ପାଇଲା
/sambad/media/post_attachments/wp-content/uploads/2019/04/mney.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)