କଣ୍ଟାମାଳ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ପରିସରରେ ପଡ଼ିରହିଛି ବିଭିନ୍ନ ମାମଲାରେ ଜବତ ହୋଇଥିବା ଶହ ଶହ ସଂଖ୍ୟାରେ ଗାଡ଼ି। ଗାଡ଼ିଗୁଡ଼ିକ ଉପରେ ଅନାବନା ଗଛ ସବୁ ଉଠି ଏବେ ନଷ୍ଟ ହେବାକୁ ବସିଲାଣି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗାଡ଼ି ମାଲିକ ନେଉ ନଥିବା ଗାଡ଼ିଗୁଡିକର ନିଲାମ କରୁ ନଥିବା ଯୋଗୁଁ ଏହି ଗାଡ଼ିସବୁ ନଷ୍ଟ ହେବାକୁ ବସିଲାଣି। ତୁରନ୍ତ ଏହାକୁ ଦୃଷ୍ଟିଦେବା ସହ ଏହାର ନିଲାମ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଇଛି। ଏ ସମ୍ପର୍କରେ ମନମୁଣ୍ଡା ଥାନା ଆଇଆଇସି ଗୋପୀନାଥ ପ୍ରଧାନଙ୍କୁ ପଚାରିବାରୁ ଥାନା ପରିସରରେ ଶତାଧିକ ଗାଡ଼ି ପଡ଼ି ରହିଥିବାରୁ ସ୍ଥାନାଭାବ ଦେଖାଯାଇଛି। ଖୁବଶୀଘ୍ର ଏହାର ନିଲାମ ପ୍ରକ୍ରିୟା ଆରମ୍ଭ କରି ସବୁତକ ଗାଡ଼ି ଥାନା ପରିସରରୁ ହଟାଯିବ ବୋଲି କହିଛନ୍ତି।
ମନମୁଣ୍ଡା ଥାନା ପରିସରରେ ଖତ ଖାଉଛି ଶହ ଶହ ଜବତ ଗାଡ଼ି
/sambad/media/post_attachments/wp-content/uploads/2021/03/33c69636-71c8-4a94-ac39-2be5b922f0ce.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)